କେନ୍ଦୁଝର ସଦର ,୨୭/୯(ଆପ୍ର) : ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କେନ୍ଦୁଝର ସଦର ବ୍ଲକ କୁସୁମିତା ଗାଁକୁ ପହଁଚି ପାରିନଥିଲା ଇଣ୍ଟରନେଟ ସେବା। ଯାହା ଦ୍ୱାରା ଲୋକମାନେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ, ବ୍ୟବସାୟ, ସୂଚନା ଆଦି ସମସ୍ୟା ନେଇ ଯୋଗାଯୋଗ କରିପାରିନଥିଲେ। ତେ ଦୀର୍ଘ ଦିନ ପରେ କୁସୁମିତାରେ ସଂଯୋଗ ହେଲା ବିଏସଏନଏଲ ୪-ଜି ସେବା । ଫଳରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ।
କେନ୍ଦୁଝର ସଦର ବ୍ଲକ ବରଦାପାଳ ପଞ୍ଚାୟତ କୁସୁମିତା ଗାଁଟି ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ରହିଛି। ଏହି ଗାଁ ରାଜ୍ୟ ତଥା କେନ୍ଦୁଝର ସୁ ପ୍ରସିଦ୍ଧ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଧରଣୀ ନାଏକ (ଭୂୟାଁ) ଙ୍କ ଜନ୍ମ ସ୍ଥାନ। ଗତ ମେ ୫ ତାରିଖରେ ବିପ୍ଲବୀ ତଥା ସ୍ୱାଧୀନତା ସଂଗ୍ରାମୀ ଧରଣୀ ଧର ନାଏକଙ୍କ ଜନ୍ମ ଦିନରେ କୁସୁମିତା ଗ୍ରାମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫୦ କୋଟି ଟଙ୍କା ବ୍ୟୟରେ କୁସୁମିତା ଗ୍ରାମର ବିକାଶ ନେଇ ଘୋଷଣା କରିଥିଲେ । କିନ୍ତୁ ଇଣ୍ଟରନେଟର ସେବା ନେଇ ଗ୍ରାମବାସୀ ସେ ସମୟରେ ମୁଖ୍ୟମନନ୍ତ୍ରୀଙ୍କ ନିକଟରେ ଦାବୀ କରିଥିଲେ । ଦୀର୍ଘ ଦିନ ପରେ ଭାରତୀୟ ସଂଚାର ନିଗମ ପକ୍ଷରୁ ଏକ ୪-ଜି ସେବା ନେଇ ଟାୱାର ବସିବା ଫଳରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ।
ବିଗତ ଦିନରେ ଇଣ୍ଟରନେଟ ସେବା ନଥିବା ଫଳରେ ଗର୍ଭବତୀ ଓ ଗୁରୁତର ରୋଗୀ ପାଇଁ ଆମ୍ବୁଲାନ୍ସ ସେବା ମିଳିପାରୁନଥିଲା।, ଗ୍ରାମରେ ଥିବା ଛାତ୍ରଛାତ୍ରୀମାନେ ଇଣ୍ଟରନେଟ ସେବା ନ ପାଇବା ଫଳରେ ପାଠପଢାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।, ଘରେ କୌଣସି ସମସ୍ୟା ହେଲେ ବାହାରେ ଥିବା ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବାରେ ଗ୍ରାମବାସୀ ହଇରାଣ ହେଉଥିଲେ। କୁସୁମିତା ଗ୍ରାମଟି ଜଙ୍ଗଲ ପାହାଡ଼ ଅଞ୍ଚଳ ହୋଇଥିବାରୁ ହାତୀ ଭୟରେ ଲୋକମାନେ ଭୟଭୀତ ରହୁଥିବାବେଳେ ବନ ବିଭାଗ ସହ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ବହୁ ଲୋକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥାନ୍ତି। ଶନିବାର ଝାରସୁଗୁଡାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁସୁମିତାରେ ୪-ଜି ସେବାର ଲୋକାର୍ପଣ କରିବା ପରେ ଏବେ ଇଣ୍ଟରନେଟ ସେବା ଆରମ୍ଭ ହୋଇଛି। ଏହାଦ୍ୱାରା ବହୁ ସମସ୍ୟାର ସମାଧାନ ହୋଇ ପାରିବାର ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ଗ୍ରାମବାସୀ ।ଏହି ଅବସରରେ କୁସୁମିତାରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ବିଏସଏନଏଲର ବରିଷ୍ଠ ଅଧିକାରୀଙ୍କ ସମେତ ସଦର ଥାନା ଇନ୍ସପେକ୍ଟର ଅମିତ କୁମାର ଭୂୟାଁ, ବିଜେପି ଜିଲ୍ଲା ଉପ ସଭାପତି ଗୋପୀନାଥ ରାମ, ମହାଦେଇଯୋଡ଼ାର ସଂଜୀବ କୁମାର ସାହୁ ଗ୍ରାମବାସୀ ଉପସ୍ଥିତ ଥିଲେ।