କଟକ୦୯/୧୦: ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ୍ ଖୋଲିବା ନିମନ୍ତେ ପ୍ଲଟ୍ ପଞ୍ଜୀକରଣ ତାରିଖ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କର୍ଫ୍ୟୁ ପରିସ୍ଥିତି ଏବଂ ଇଣ୍ଟରନେଟ୍ ବନ୍ଦ ରହିଥିବା କାରଣରୁ ଏହି ସମୟ ବୃଦ୍ଧି କରାଯାଇଛି । ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଜରିଆରେ ପଞ୍ଜୀକରଣ କରାଯାଉଛି । ବାରବାଟୀ ପ୍ୟାଲେସ୍ଠାରେ ଦୈନିକ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍ ମଧ୍ୟରେ ଫର୍ମ ଦାଖଲ ଓ ପଞ୍ଜୀକରଣ କାର୍ଯ୍ୟ ଚାଲୁ ରହିଛି । ଅନ୍ଲାଇନରେ ପଞ୍ଜୀକରଣ ପାଇଁ ଇଛୁକ ବ୍ୟକ୍ତି କଟକ ଜିଲ୍ଲା ପ୍ରଶାସନର ୱେବ୍ସାଇଟ୍ରେ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ପାଇଁ ଆଉ ଅଳ୍ପ ଦିନ ବାକି ଥିବାରୁ ଶେଷ ସମୟରେ ଭିଡ଼ ଏଡାଇବା ନିମନ୍ତେ ଯଥାଶୀଘ୍ର ପଞ୍ଜିକରଣ କରାଇନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ଅନ୍ୟପକ୍ଷରେ ବାଲିଯାତ୍ରା ପରିଚାଳନା ପାଇଁ ଟେଣ୍ଡର ଚୂଡାନ୍ତ ହୋଇଛି । ବିଡ୍ରେ ସର୍ବନିମ୍ନ ମୂଲ୍ୟ ଦେଇଥିବା ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ଏଜେନ୍ସି ସହିତ ଶେଷ ପର୍ଯ୍ୟାୟ ଆଲୋଚନା ଜାରି ରହିଛି ତେଣୁ ନାମ ଘୋଷଣା କରାଯାଇନଥିବା ଜଣାପଡିଛି ।