​​​​​​​କୋଣାର୍କ,୫।୧୧: ପୁରୀ-କୋଣାର୍କ ବେଳାଭୂମି ମାର୍ଗ ଡିଫେନ୍ସ ନିକଟରେ ଦୁର୍ଘଟଣା । ଦୁଇଟି ବସ୍ ଧକ୍କା ହୋଇଛନ୍ତି । ପୁରୀରୁ କୋଣାର୍କ ଅଭିମୁଖେ ଆସୁଥିବା ଜଗନ୍ନାଥ ବସ୍‌କୁ ପଛରୁ ପିଟିଲା ଷୋଳପୁଅ ମା ବସ୍ ।  ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

​​​​​​​

ଖବରପାଇ ଘଟଣାସ୍ଥଳରେ ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରାନନ୍ଦ୍ ପରିଡା ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ଦୁଇଟି ଗାଡ଼ିକୁ ଜଗତ କରି ପୁଲିସ ଥାନାକୁ ଆଣିଛି । ଏନେଇ ରାମଚଣ୍ଡୀ ଥାନରେ ଏକ ମାମଲା ରୁଜୁ ହୋଇଛି ।