ଭୁବନେଶ୍ଵର, ୨୪/୧୦ : ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ ମିଳିତ ଜାତିସଂଘ। ଏହା ସୀମା ବାହାରର ସମସ୍ୟାଗୁଡ଼ିକୁ ସମାଧାନ କରେ। ୧୯୪୫ ମସିହାରେ ଜାତିସଂଘ ଚାର୍ଟର କାର୍ଯ୍ୟକାରୀ ହେବାର ବାର୍ଷିକୀକୁ ମନେ ପକାଇବା ପାଇଁ ଅକ୍ଟୋବର ୨୪ ତାରିଖକୁ ଜାତିସଂଘ ଦିବସ ଭାବରେ ପାଳନ କରାଯାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ମିଳିତ ଜାତିସଂଘ ଦିବସ ଅବସରରେ ଆମେ ବିଶ୍ୱର ଶାନ୍ତି, ଏକତା, ଏବଂ ସାମୂହିକ ସହଭାଗିତା ପାଇଁ ମିଳିତ ଜାତିସଂଘର ୮୦ ବର୍ଷର ଉଦ୍ୟମ ଓ ପ୍ରୟାସକୁ ସମ୍ମାନ ଓ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛନ୍ତି। ଆଜିର ଦିନରେ, ଆସନ୍ତୁ ଏକ ଶାନ୍ତିପୂର୍ଣ୍ଣ, ନ୍ୟାୟସଙ୍ଗତ ଏବଂ ସମୃଦ୍ଧ ବିଶ୍ୱ ଗଠନ ଦିଗରେ ଆମର ସାମୂହିକ ସଂକଳ୍ପ ପ୍ରତି ପ୍ରତିବଦ୍ଧ ହେବା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୫୧ଟି ଦେଶକୁ ନେଇ ଜାତିସଂଘ ପ୍ରତିଷ୍ଠିତ ହୋଇଥିଲା। ଏହାର ଛଅଟି ସରକାରୀ ଭାଷା ରହିଛି। ଯଥା : ଆରବିକ, ଚୀନୀ, ଇଂରାଜୀ, ଫରାସୀ, ରୁଷୀୟ ଏବଂ ସ୍ପାନିସ୍। ଆନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା, ମାନବାଧିକାରକୁ ସୁରକ୍ଷା ଦେବା, ମାନବୀୟ ସହାୟତା ପ୍ରଦାନ କରିବା, ନିରନ୍ତର ବିକାଶ ଏବଂ ଜଳବାୟୁ କାର୍ଯ୍ୟକୁ ସମର୍ଥନ କରିବା ଏବଂ ଆନ୍ତର୍ଜାତୀୟ ଆଇନକୁ ପାଳନ କରିବା ଦିଗରେ ଏହା କାର୍ଯ୍ୟ କରେ।
ଆଜି ମିଳିତ ଜାତିସଂଘ ଦିବସ ଅବସରରେ ଆମେ ବିଶ୍ୱର ଶାନ୍ତି, ଏକତା, ଏବଂ ସାମୂହିକ ସହଭାଗିତା ପାଇଁ ମିଳିତ ଜାତିସଂଘର ୮୦ ବର୍ଷର ଉଦ୍ୟମ ଓ ପ୍ରୟାସକୁ ସମ୍ମାନ ଓ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛନ୍ତି।
— Mohan Charan Majhi (@MohanMOdisha) October 24, 2025
ଆଜିର ଦିନରେ, ଆସନ୍ତୁ ଏକ ଶାନ୍ତିପୂର୍ଣ୍ଣ, ନ୍ୟାୟସଙ୍ଗତ ଏବଂ ସମୃଦ୍ଧ ବିଶ୍ୱ ଗଠନ ଦିଗରେ ଆମର ସାମୂହିକ ସଂକଳ୍ପ ପ୍ରତି ପ୍ରତିବଦ୍ଧ ହେବା । pic.twitter.com/O251yeKliX