ମାଲକାନଗିରି,୩/୧୧(ଆପ୍ର ) : ମାଲକାନଗିରି ଜିଲ୍ଲାପାଳ ଶୋମେଶ ଉପାଦ୍ଦାୟ, ଏସପି ବିନୋଦ ପାଟିଲ ଓଡିଶାର ଶେଷ ସୀମାନ୍ତ ମୋଟୁ ତହସିଲ ଅଞ୍ଚଳ ସୋମବାର ଗସ୍ତ କରିଛନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡିଶା ତିନୋଟି ରାଜ୍ୟ ସୀମାନ୍ତରେ ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅବସ୍ଥିତ। ଏଠାରେ ସାବେରୀ, ସିଲେରୁ ଦୁଇଟି ନଦୀ ମିଶ୍ରଣ ହୋଇ ଆନ୍ଧ୍ରପ୍ରଦେଶର ଚିନାଗୋଦାବରୀ ସୃଷ୍ଟି ହୋଇ ହୋଇଛି। ତ୍ରୀନଦୀ ସଙ୍ଗମ ସ୍ଥଳରେ ତିନିରାଜ୍ୟ ସୀମାନ୍ତ ପ୍ରତିକ ପିଲାର ମୁଗିପଏଣ୍ଟ, ମଧୁସୂଦନ ପାର୍କ ଅବସ୍ଥିତ। ଏହା ଧିରେ ଧିରେ ତ୍ରୀନଦୀରେ ଲୀନ ହେବାକୁ ଯାଉଥିବାରୁ ଜିଲ୍ଲାପାଳ, ଏସପି ମୁଗିପଏଣ୍ଟ, ମଧୁସୂଦନ ପାର୍କ ପରିଦର୍ଶନ କରି ଏହାର ଉନ୍ନତିକରଣ ସହିତ ସୀମାନ୍ତରେ ପର୍ଯ୍ୟଟନ ବିକାଶ ନେଇ ସମୀକ୍ଷା କରିଛନ୍ତି।
ଏହା ବ୍ୟତିତ କାଲିମେଳା ବ୍ଲକସ୍ଥ ମାନ୍ୟମକୋଣ୍ଡା ପଞ୍ଚାୟତର ଟାଗୋରକୋଟା ପାହାଡ଼ ଶିଖରେ ନିର୍ମାଣ ଧୀନ ଶିବ ସମ୍ଭୁ, ମାନ୍ୟମକୋଣ୍ଡା ବଡ଼ଯାତ୍ରା ଠାକୁରଙ୍କ ଜନ୍ମ ବେଦି ଗୁମ୍ଫା ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ମାନ୍ୟମକୋଣ୍ଡାଠାରେ ଥିବା ଗୁମ୍ଫା, ଟାଗୋରକୋଟାଠାରେ ଥିବା ଶିବ ମନ୍ଦିର ଓ ମୋଟୁର 'ମୁଗି ' ପଏଣ୍ଡର ଭିତ୍ତଭୂମିର ଉନ୍ନତିକରଣ ଉପରେ ଗୁରୁତ୍ବ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହି ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ଏବଂ ସେଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ଯୋଜନା କରିବାକୁ କହିଛନ୍ତି ।
ମାଲକାନଗିରିରେ ଅନୁଷ୍ଠିତ ବଡ଼ ଯାତ୍ରାରେ ପୂଜା ପାଉଥୁବା ତିନି ଠାକୁର କାନାମରାଜୁ, ବାଲାରାଜ୍ ଏବଂ ପୋତରାଜ୍ ମାନ୍ୟୁମକୋଣ୍ଡା ନିକଟ ପାଲକୋଣ୍ଡା ପର୍ବତର ବିରାଟ ପଥର ଗୁମ୍ଫା ହେଉଛି ଠାକୁରଙ୍କ ଆବିର୍ଭାବ ସ୍ଥଳ । ଗୁମ୍ଫା ମଧ୍ୟରେ ପ୍ରବେଶ କରି ବଡ଼ ଠାକୁରଙ୍କ ଦର୍ଶନ କରି ଏହି ପ୍ରାକୃତିକ ସ୍ଥାନ ଗୁଡିକର ବିକାଶ ସହିତ ପର୍ଯ୍ୟଟନ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେଵା ପାଇଁ କାଲିମେଳା ବିଡିଓ ଓ ତହସିଲଦାର ଙ୍କ ସହିତ ଆଲୋଚନା କରିଥିଲେ ଜିଲ୍ଲାପାଳ।