ପାଳଲହଡା,୧୨/୧୦: ପାରିବାରିକ କଳହରୁ ଗୋଟିଏ ଘରେ ଝୁଲି ପଡ଼ିଲେ ସ୍ବାମୀ-ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ସାଆନ୍ଦା ଗାଁରେ ।
ସୂଚନା ଅନୁଯାୟୀ ଗାଁର ବାପୁନ ସାହୁ ଏବଂ ତାଙ୍କ ସ୍ତ୍ରୀ ଲିଟିଲ ସାହୁଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡ଼ା ଲାଗିରହେ ! ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଝଗଡା ଲାଗିଥିଲେ । କଳହ ପରେ ସ୍ୱାମୀ ଏବଂ ସ୍ତ୍ରୀ ଶୋଇବା ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକ ଦେଖିବା ପରେ ଖମାର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ସ୍ୱାମୀ ବାପୁନଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ସ୍ତ୍ରୀ ଲିଟିଲଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଖମାର ଡାକ୍ତରଖାନାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି I ଘଟଣାସ୍ଥଳରେ ଖମାର ଥାନା ପୁଲିସ ତଦନ୍ତ ଜାରି ରଖିଛି I