ବେଲବାହାଳୀ,୦୨/୦୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଟୋଲଙ୍କପଡା ଗାଁରେ ଅଘଟଣ। କୁସେଇ ନଦୀରେ ଶୌଚ ହେବା ସମୟରେ ଭାସିଗଲେ ବୃଦ୍ଧ। ସୂଚନା ଟୋଲଙ୍କପଡା ଗାଁର ରାମଚନ୍ଦ୍ର ସାହୁ ନାମକ ବ୍ୟକ୍ତି ଗାଁ ବଲ୍ଲବସାହି ନିକଟସ୍ଥ କୁସେଇ ନଦୀକୁ ଶୌଚ ହେବାକୁ ଯାଇଥିଲେ। ସେହି ସମୟରେ ନଦୀରେ ଭାସି ବୃଦ୍ଧ ଜଣକ ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିନାହିଁ।