ଅନୁଗୁଳ, ୧୯/୯ : ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଲା ବାପା। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଦୁଇ ନାବାଳକ ।
ସୂଚନା ଅନୁସାରେ, ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର କାଳୀ ଚରଣ ପ୍ରଧାନଙ୍କ ଦୁଇ ପୁଅ ବଡ଼ ନୀଳ ମାଧବ ପ୍ରଧାନ(୧୨) ଏବଂ ସାନ ଜିଜ୍ଞାସୁ ପ୍ରଧାନ(୮) । ଆଜି ଦିନ ୧୨ଟା ବେଳେ ଦୁଇ ପୁଅକୁ ବାପା କାଳୀ ଚରଣ ପ୍ରଧାନ ସ୍କୁଲରୁ ନେଇ ବନ୍ତଳା ଥାନା ଅଞ୍ଚଳର ନୂଆକ୍ଷେତା ଜଙ୍ଗଲରେ ଦୁଇ ଛୁଆକୁ ବିଷ ଦେଇଥିଲା ବାପା କାଳି ଚରଣ । ଏହି ଘଟଣା ଗ୍ରାମବାସୀ ଦେଖି ଦୁଇ ଛୁଆକୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁଇ ଛୁଆଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଏକ କାର୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।