ନୂଆପଡା,୯।୧୦ : ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ମହେଶ ନିଆଲ କଂଗ୍ରେସରେ ଯୋଗ ଦେଇଛନ୍ତି । ଶ୍ରୀ ନିଆଲଙ୍କୁ ପିସିସି ସଭାପତି ଭକ୍ତଚରଣ ଦାସ ଶୁଭେଚ୍ଛା ଜଣାଇବା ସହ କଂଗ୍ରେସକୁ ସ୍ଵାଗତ କରିଛନ୍ତି। ତେବେ ତାଙ୍କର ଯୋଗଦାନ ନୂଆପଡ଼ା ଜିଲ୍ଲାରେ କଂଗ୍ରେସ ଦଳକୁ ତୃଣମୂଳସ୍ତରରୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଉପନିର୍ବାଚନରେ ସେ ଦଳ ପାଇଁ ବେଶ ସହାୟକ ହେବ ବୋଲି ଭକ୍ତ କହିଛନ୍ତି।