ବୋଲଗଡ,୨୭।୯(ଆପ୍ର): ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ପିଚୁକୁଳି ପାଟଣାସାହିରେ ଶନିବାର ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ  ଲକ୍ଷାଧିକ ଟଙ୍କାର ଇଲୋଟ୍ରୋନିକ ସାମଗ୍ରୀ ପୋଡି  ନଷ୍ଟ ହୋଇଛି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ପାଟଣାସାହି ଦୀନବନ୍ଧୁ ପଟ୍ଟନାୟକ ସାନବୋହୁ ସକାଳେ ଘରେ ରୋଷେଇ କରୁଥିଲେ । ସେହି ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡର ପାଇପ ଲିକ୍ ହୋଇ ଘରେ ନିଆଁ ଲାଗିଯାଇଥିଲା। ଘର ସମସ୍ତ ସଦସ୍ୟ ଦୂର ସ୍ଥାନକୁ ଚାଲିଯିବାରୁ ସମସ୍ତ ଜୀବନ ରକ୍ଷା ହୋଇଛି। ଖବର ପାଇ ବେଗୁନିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଲାଗି  ଘରେ ତିଆରି ହୋଇ  ଥିବା ପ୍ରାୟ ୩୦ହଜାର ଏଲିଡ ବଲବ୍, ୩ଟି କମ୍ପ୍ୟୁଟର, ଟି ଫ୍ରିଜ୍, ୱାସିଂ ମେସିନ, କଫି ମେସିନ,୨୦ଟି ନୂଆ ମୋଟର ପୋଡି ଯାଇଛି। ସେହିପରି ଦିନବନ୍ଧୁଙ୍କ ପୁଅ କୃପାସିନ୍ଧୁ ଭୁବନେଶ୍ୱରର କରିଥିବା ରେଷ୍ଟୁରାଣ୍ଟ ବନ୍ଦ କରି ଘରେ ରଖିଥିବା ସମସ୍ତ  ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପୋଡି ଯାଇଥିବା ସମସ୍ତ ସାମଗ୍ରୀ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ ହୋଇଛି। ଖବର ପାଇ ପିଚୁକୁଳି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ଷୟକ୍ଷତି ଆକଳନ ସହ ଜରିପାଲ ଯୋଗାଇ ଦିଆଯାଇଛି। ତୁରନ୍ତ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି