ନୂଆଦିଲ୍ଲୀ: କେରଳରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଏକ ବାହାଘରରେ ଜଣେ କନ୍ୟାପିତା ଉଭୟ ବୌଷୟିକ ଜ୍ଞାନ ଓ ପରମ୍ପରାକୁ ଏକ ସୂତ୍ରରେ ବାନ୍ଧି ନୂଆ କାମ କରି ଦେଖାଇଛନ୍ତି। ଯାହା ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡି ଭଡିଓ ଭାବେ ଟ୍ରେଣ୍ଡ କରିବାରେ ଲାଗିଛି।

ଉକ୍ତ ଭିଡିଓରେ କନ୍ୟାପିତା ଜଣକ ନିଜ ପକେଟରେ ଏକ କ୍ୟୁଆର କୋଡ୍ ଝୁଲାଇ ଅତିଥିମାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ଯାହାଦ୍ୱାରା ଲୋକମାନେ ସିଧାସଳଖ ତାଙ୍କୁ ଏହି କ୍ୟୁଆର କୋଡ ଜରିଆରେ ଉପହାର(ବେଭାର) ପ୍ରଦାନ କରିପାରିବେ। ଯାହାଫଳରେ ଅତିଥିମାନେ ତାଙ୍କୁ ଗିଫ୍ଟ କିମ୍ୱା ଖାମ ଦେବା ବଦଳରେ ସିଧାସଳଖ ସେମାନଙ୍କ ଆଶିର୍ବାଦ ଡିଜିଟାଲ ମାଧ୍ୟମରେ ପ୍ରଦାନ କରିପାରିବାର ମାଧ୍ୟମ ସେ ଖୋଲା ରଖିଥିଲେ।

 

ଏହି ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭଇରାଲ ହେବା ପରେ, ୟୁଜର୍ସ ମାନେ ଉକ୍ତ ବ୍ୟକ୍ତିଙ୍କ ନବସୃଜନାତ୍ମକ ଚିନ୍ତାଧାରାକୁ ଖୁବ୍ ପ୍ରଶଂସା କରିଛନ୍ତି। ଯାହା କ୍ୟାସଲେସ ସେଲିବ୍ରେସନକୁ ପ୍ରୋତ୍ସାହନ ଦେଉଛି ବୋଲି ଅନେକ ଦାବି କରିଛନ୍ତି।

ଏହାଛଡା ଅନେକ ୟୁଜର୍ସ ଏହାକୁ ଭାରତରେ ବଢୁଥିବା ଡିଜିଟାଲ ପେମେଣ୍ଟର ଲୋକପ୍ରିୟତାକୁ ଅନ୍ୟ ଏକ କାରଣ ବୋଲି କହିଛନ୍ତି। ଏହାଦ୍ୱାରା ଏକ ପାରମ୍ପରିକ ପଦ୍ଧତିକୁ ନୂଆ ପଦ୍ଧତି ଉପଯୋଗ କରି ଡିଜିଟାଲ ଭାବେ ନୂଆ ଶୈଳିରେ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି।