ପୁରୀ ୦୩/୧୧: ସୋମବାରଠାରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା  ଡିସେମ୍ବର ୧୮ ତାରିଖରେ ସରିବ । ଏହି  ଜନଗଣନାକୁ ସଫଳ କରିବା ନିମନ୍ତେ  ଆଇସିଏଆର (ସେଣ୍ଟ୍ରାଲ ମେରାଇନ  ଫିସରିଜ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ପକ୍ଷରୁ  ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା  ନିମନ୍ତେ ବ୍ୟାସ (ଭିୱାଇଏଏସ୍‌) ଭାରତ  ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି ।  ଆମ ରାଜ୍ୟର ୬ଟି ସମୁଦ୍ରକୂଳିଆ ଜିଲ୍ଲା  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାଜଗତସିଂହପୁର, ପୁରୀ ଓ ଗଞ୍ଜାମରେ  ବସବାସ କରୁଥିବା ତଥା ସାମୁଦ୍ରିକ  ମତ୍ସ୍ୟ ଉତ୍ପାଦନରେ ନିର୍ଭରଶୀଳ  ପରିବାର ସର୍ଭେ କରାଯିବ । ଆମ  ରାଜ୍ୟର ପୁରୀ ସମେତ ୬ ଜିଲ୍ଲାରେ  କେତେ ମତ୍ସ୍ୟଜୀବୀ ପରିବାର ବାସ  କରୁଛନ୍ତି, ସେମାନଙ୍କ କୌଳିକ  ବୃତ୍ତି, ଡଙ୍ଗା, ଜାଲ, ଘର, ଜୀବନ  ନିର୍ବାହରେ ପରିବର୍ତ୍ତନ, ମୌଳିକ  ଆବଶ୍ୟକତା, ପାରିବାରିକ ସ୍ଥିତି  ପ୍ରଭୃତି ସମସ୍ତ ଜିନିଷର ଟିକନିଖି  ବିଷୟ ଏହି ଜନଗଣନାରେ ସଂଗ୍ରହ  କରାଯିବ ।

୨୦୧୬ରେ ଏହି ଜନଗଣନା  ହୋଇଥିଲା । ପ୍ରତି ୫ ବର୍ଷରେ ଥରେ  ଏହି ଜନଗଣନା କରାଯାଇ ସାମୁଦ୍ରିକ  ମତ୍ସ୍ୟଜୀବୀଙ୍କ ସ୍ଥିତି ଯାଞ୍ଚ କରାଯାଉଛି ।  ଏହାଦ୍ୱାରା ସେମାନଙ୍କ ପାରିବାରିକ ସ୍ଥିତି  ସମ୍ପର୍କରେ ସରକାର ଜାଣିବା ସହ  ଆବଶ୍ୟକତା ପୂରଣ ନିମନ୍ତେ ପଦକ୍ଷେପ  ନେଇଥାଆନ୍ତି । ଏହାର ପ୍ରଭାବ ମଧ୍ୟ  ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ  ପଡ଼ୁଛି । ମାତ୍ର ୨୦୨୧ରେ ହେବାକୁ ଥିବା  ଜନଗଣନା କରୋନା ମହାମାରୀ ଯୋଗୁଁ  ହୋଇପାରିନଥିଲା । ସରକାର ଚଳିତ  ବର୍ଷ ଏହି ଜନଗଣନା କରିବାକୁ ନିର୍ଦ୍ଦେଶ  ଦେଇଛନ୍ତି । ଗତ ସର୍ଭେରେ ଓଡ଼ିଶାର ୬  ଜିଲ୍ଲାରେ ୫୫ ମତ୍ସ୍ୟ ଅବତରଣ ପୋତ୭୩୯ ମତ୍ସ୍ୟଜୀବୀ ଗ୍ରାମ, ୧ ଲକ୍ଷ ୧୫  ହଜାର ୨୨୮ ମତ୍ସ୍ୟଜୀବୀ ପରିବାର୯୨ ହଜାର ୫୬୯ ମତ୍ସ୍ୟଜୀବୀ  ବୃତ୍ତିଧାରୀ ପରିବାର ଓ ୫ ଲକ୍ଷ  ୧୭ ହଜାର ୬୨୩ ଜଣ ମତ୍ସ୍ୟଜୀବୀ  ଥିବା ସର୍ଭେରୁ ଜଣାପଡ଼ିଥିଲା।