ମୁମ୍ବାଇ,୨୫/୯ :  ମୁମ୍ବାଇ ଇଣ୍ଡିଆନ୍ସ ଟିମରେ କେତେକ ବଡ଼ ପରିବର୍ତ୍ତନ ହେବା ଆରମ୍ଭ ହୋଇଯାଇଛି । ଟିମ୍ ନୂଆ କୋଚର ଚୟନ କରି ନେଇଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ବରେ WPL ରେ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସର ନୂଆ ହେଡ୍ କୋଚ୍ ଲିଜା କେଟଲୀଙ୍କୁ କରାଯାଇଛି । ଲିଜା ଓ୍ବିମେନ୍ସ ପ୍ରିମିୟର ଲିଗ୍ ୨୦୨୬ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇ ଅଛି । ଲିଜାଙ୍କ ପୂର୍ବରୁ ଚାର୍ଲୋଟ ଏଡଓ୍ବଡ୍ସ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ର ମାଲିକାଣୀ ନୀତା ଅମ୍ବାନୀ ମୁଖ୍ୟ କୋଚ୍ ଘୋଷଣା ଉପରେ କହିଛନ୍ତି କି, ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାମିଲିରେ ଲିଜା କେଟଲୀଙ୍କୁ ସାମିଲ କରି ମୋତେ ବହୁତ ଖୁସି ଲାଗୁଛି । ଲିଜା ନିଜ ପାଶନ ଏବଂ ଖେଳ ପ୍ରତି ରଖିଥିବା ଇଛା ଫଳରେ କେତେକ ଲୋକଙ୍କୁ ପ୍ରଭାବିତ କରିଛନ୍ତି । ସେ ଆସିବା ଫଳରେ ମୁମ୍ବାଇ ଇଣ୍ଡିଆନ୍ସରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହେବ ଏବଂ ଆମେ ତାଙ୍କ ସହ ଖେଳକୁ ଆହୁରି ମଜବୁତ କରିବା ।

ଲିଜା କେଟଲୀ ଅଷ୍ଟେ୍ରଲିଆ କ୍ରିକେଟ ଲାଗି ବହୁ ବର୍ଷରୁ ଖେଳି ଆସୁଛନ୍ତି। ଏହି ଖେଳାଳୀଙ୍କ ନିକଟରେ କେତେକ ଦଶନ୍ଧୀର ଅନୁଭବ ରହିଛି । ଲିଜା ଅଷ୍ଟେ୍ରଲିଆ ଦୁଇ ଥର ବିଶ୍ବକପ୍ ଓ୍ବିନିଂ ଟିମର ଭାଗିଦାରୀ ରହି ସାରିଛନ୍ତି । ଓ୍ବିମେନ୍ସ ବିଶ୍ବକପ୍ ୧୯୯୭ ଏବଂ ୨୦୦୫ ଏହି ଦିନରେ ଲିଜା ଅଷ୍ଟେ୍ରଲିଆ ଟିମରେ ସାମିଲ ଥିଲେ । ଯେତେବେଳେ ଟିମ୍ ଟାଇଟେଲ୍ ଜିତିଥିଲା ଏ ଏଭଳି ପ୍ରଥମ ମହିଳା କ୍ରିକେଟର ଅଟନ୍ତି କି ଇଂଲଣ୍ଡର ଓ୍ବିମେନ୍ସ ନେଶନାଲ ଟିମର ଫୁଲ ଟାଇମ୍ କୋଚ୍ କରାଯାଇଛି ।