ଭୁବନେଶ୍ୱର,୨୮/୧୦: ମାଡ଼ି ଆସୁଛି ବାତ୍ୟା ମୋନ୍ଥା । କାକିନାଡ଼ା ଠାରୁ ୨୪୦ କିମି ଦୂରରେ ରହିଛି ଭୀଷଣ ବାତ୍ୟା । ଆନ୍ଧ୍ରରେ ମାଡ଼ ହେବ ସିଭିୟର ସାଇକ୍ଲୋନ୍ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିବ । ମାଲକାନଗିରି , କୋରାପୁଟ, ନବରଙ୍ଗପୁର, ଗଜପତିରେ ପବନ ପ୍ରକୋପ ଅଧିକ ରହିବ । ବାତ୍ୟାକୁ ନେଇ ଭୟଭୀତ ନ ହୋଇ ମୁକାବିଲା କରିବାକୁ ଭିଡିଓ ବାର୍ତ୍ତାରେ କହିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଭିଡ଼ିଓ ବାର୍ତ୍ତା ଜାରି କରି ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ସମସ୍ତେ ଜାଣିଛନ୍ତି ବାତ୍ୟା ମୋନ୍ଥା ଆସୁଛି । ପୂର୍ବରୁ ଆମେ ଏକାଠି ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ । ତେଣୁ ଭୟ କରନ୍ତୁ ନାହିଁ । ସଜାଗ ରୁହନ୍ତୁ । ପ୍ରଶାସନକୁ ପୁରା ସହଯୋଗ କରନ୍ତୁ । ବିଜୁ ଜନତା ଦଳର କର୍ମୀମାନଙ୍କୁ ମୋର ଅନୁରୋଧ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ । ଆମେ ସର୍ବଦା ଏକାଠି ମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ । ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା ।''
ବାତ୍ୟା ମୋନ୍ଥା ପାଇଁ ଭୟଭୀତ ନ ହୋଇ ସଜାଗ ରୁହନ୍ତୁ। ସବୁଥର ପରି ଏଥର ମଧ୍ୟ ଆମେ ଏକାଠି ବାତ୍ୟାର ଦୃଢ଼ ମୁକାବିଲା କରିବା।#Odisha #CycloneMontha pic.twitter.com/7YEiFfxGMO
— Naveen Patnaik (@Naveen_Odisha) October 28, 2025
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ମୋନ୍ଥା ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି । ତାଣ୍ଡବ ରଚିଇବା ପାଇଁ ମାଡିଆସୁଛି । ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଦୂରରେ ରହିଛି । ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ 'ମୋନ୍ଥା' । ଆଜି ପ୍ରାୟ ରାତି ୧୦ଟାରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ୧୧୦ କିମି ରହିବ ।