ନମୌଜା,୨୨/୭ :  ନିର୍ମାଣ ହୋଇଥିବା ଗାଧୁଆ ତୁଠ ନିର୍ମାଣର ୬ ମାସ ନ ପୂରୁଣୁ ମଝିରୁ ଭାଙ୍ଗି ଯାଇଛି  l ପ୍ରକାଶ ଯେ, ଆର୍ଥିକ ବର୍ଷ ୨୦୨୩-୨୪ରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ୩ଲକ୍ଷ ବେୟ ଅଟକଳ ମୂଲ୍ୟରେ ଏକ ଗାଧୁଆ ତୁଠ ନିର୍ମାଣ ହୋଇଥିଲା l ପଞ୍ଚାୟତ ସମିତି ଆଳି ତରଫରୁ ଗୋବିନ୍ଦପୁର ପଞ୍ଚାୟତ ୫ନମ୍ବର ୱାର୍ଡ ପାତ୍ର ସାହି ନଦୀଠାରେ ପାହାଚ ଓ ଗାଧୁଆ ତୁଠ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଛି।

ପରିଣାମ ସ୍ବରୂପ ନିର୍ମାଣ ଶେଷ ହେବାର ୬ମାସ ପୂରିବା ପୂର୍ବରୁ ଏହା ଭାଙ୍ଗି ଗଳି ପଡିଛି । ଏହି କାମ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ତ୍ରୁଟି ଓ ଠିକାଦାରଙ୍କୁ ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ ଏଭଳି ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ଦିଗରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରତାପ ଚନ୍ଦ୍ର ରଥ, ଅକ୍ଷୟ କୁମାର ରଥ, ସୁବାଷ ମଲିକ, ସୁଦୀପ୍ତ କୁମାର ରଥ, ସମାଜ ସେବକ ଦିପ୍ତି ରଞ୍ଜନ ମଲ୍ଲିକ, ପିଣ୍ଟୁ ପାତ୍ର, ବସନ୍ତ କୁମାର ପାତ୍ର ପ୍ରମୁଖ ଦାବି କରିଛନ୍ତି । ଏ ନେଇ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠିଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଏ ସମ୍ବନ୍ଧରେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ l