କଟକ,୧।୧୦ : ଘୋଷଣା ହେଲା ଓଡିଶା ରଣଜୀ ଦଳ । ପ୍ରଥମ ୩ ଟି ମ୍ୟାଚ ପାଇଁ ୧୫ ଜଣିଆ ଟିମ ଘୋଷଣା କରିଛି ଓଡିଶା କ୍ରିକେଟ ଆସୋସିଏସନ୍।ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି । ଏ ନେଇ  ଓସିଏ ଚୟନ କମିଟି ଅଧ୍ୟକ୍ଷ ସୌରଜିତ ମହାପାତ୍ର ସୂଚନା ଦେଇଛନ୍ତି।

ଚଳିତ ମାସ ୧୫ ତାରିଖରୁ  ଓଡିଶା ତାର ରଣଜୀ ଅଭିଯାନ ଆରମ୍ଭ କରିବ।ଏହି ସିଜିନରେ ଓଡିଶା ମୋଟ ୭ ଟି ମ୍ୟାଚ ଖେଳିବ । ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିଵ ଓଡିଶା।ଏହାପରେ ମଧ୍ୟପ୍ରଦେଶ ,ଜମ୍ମୁ କାଶ୍ମୀର ,ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେସ, ବିଦର୍ଭ, ନାଗାଲାଣ୍ଡ ,ତାମିଲନାଡୁ ଓ ଝାଖଣ୍ଡ ସହ ଓଡ଼ିଶାର ମ୍ୟାଚ ରହିଛି । ଓସିଏ ଘୋଷଣା କରିଥିବା ଦଳରେ  ତିନି ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି।