ବ୍ରହ୍ମପୁର,୩୦/୦୯: ପୁଲିସ ଚାକିରିରେ ଜାଲିଆତି। ପ୍ରଶ୍ନ ପତ୍ର ଲିକ୍ ପାଇଁ ହୋଇଥିଲା ବଡ଼ ଯୋଜନା। ବ୍ରହ୍ମପୁର ପୁଲିସ ହାତରେ ଧରାପଡ଼ିଲା ବଡ ରାକେଟ। ଗତକାଲି ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଠାଇ ଆଣିଛି ପୁଲିସ। ତେବେ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପତ୍ର ସହ ଉତ୍ତର କୁହାଯାଇଥାନ୍ତା। ପ୍ରଶ୍ନ ଉତ୍ତର ଅଭ୍ୟାସ ପରେ ସେମାନଙ୍କୁ ଆଣି ପରୀକ୍ଷା କେନ୍ଦ୍ରରେ ଛାଡ଼ିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମୋଟା ଅଙ୍କର ଟଙ୍କା ପରୀକ୍ଷାର୍ଥୀଙ୍କ ଠାରୁ ନେଇଥିବା ସୂଚନା ମିଳିଛି। ସେମାନେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ପୁଲିସ ଉଠାଇ ଆଣିଛି ପୁଲିସ। ଏହି ରାକେଟ ପଛରେ ବଡ଼ ମୁଣ୍ଡ ଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଣେ ପୁରୁଣା ଅପରାଧୀ ସଂପୃକ୍ତ ଥିବା ସୂଚନା ମିଳିଛି।