ଛତ୍ରପୁର, ୨।୯ : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ମାଟିଖାଲ ଅଞ୍ଚଳରେ ଚାଲିଥିଲା ଜୁଆ ଆଡ୍ଡା। ଜମିଥିଲା ଆସର। ଖବର ପାଇ ଅତର୍କିତ ଚଢାଉ କଲେ ପୁଲିସ। ୪ ଜୁଆଡ଼ି ଗିରଫ। ୪୪ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଜବତ।
ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ମାଟିଖାଲ ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରିଛି। ଜୁଆ ଖେଳ ଚାଲିଥିବା ବେଳେ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୪ହଜାର ୮୪୦ ଟଙ୍କା ସହ ୨ଟି ବାଇକ୍, ୫ଟି ମୋବାଇଲ୍ ଓ ତାସ୍ ପ୍ୟାକେଟ୍ ଜବତ ହୋଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଚଢାଉରେ ଚମାଖଣ୍ଡି ଥାନା ଆଇଆଇସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଅଭିଜିତ ସାମଲଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ।