ମୁମ୍ବାଇ,୦୬/୧୧: ଆଇପିଏଲର ସବୁଠୁ ଲୋକପ୍ରିୟ ଦଳ ତଥା ଡିଫେଣ୍ଡିଂ ଚାମ୍ପିଅନ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଖୁବ୍‌ ଶୀଘ୍ର ବିକ୍ରି ହେବାକୁ ଯାଉଛି । ଏହାର ମାଲିକ ଡାଏଜିଓଉଭୟ ପୁରୁଷ ଓ ମହିଳା ଦଳକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଇତି ମଧ୍ୟରେ ନୂଆ କ୍ରେତା  ଖୋଜା ଚାଲିଛି । ଆସନ୍ତା ବର୍ଷ ମାଚ୍ଚ ୩୧  ତାରିଖ ସୁଦ୍ଧା ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ନୂଆ  ମାଲିକ ମିଳିବ ।  

ବ୍ରିଟେନର ଏହି ମଦ କମ୍ପାନୀ  ରୟାଲ୍‌ ଚ୍ୟାଲେଞ୍ଜର୍ସ ସ୍ପୋର୍ଟ୍ସ ପ୍ରାଇଭେଟ୍‌  ଲିମିଟେଡ(ଆରସିଏସପିଲ)ର  ମାଲିକାନା ରଖିଛି । ପ୍ରକାଶ ପାଇଥିବା ଏକ  ରିପୋର୍ଟରୁ ଯାହା ଜଣା ପଡ଼ିଛି, ଆରସିବିର  ବିକ୍ରି ପ୍ରକ୍ରୀୟା ଆରମ୍ଭ ହୋଇ ସାରିଛି ।  କମ୍ପାନୀ ପକ୍ଷରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ  ଦିଆ ଯାଇଥିବା ରିପୋର୍ଟ ଅନୁଯାୟୀ ଡାଏଜିଓ  ଏହାର ସହକାରୀ କମ୍ପାନୀ ୟୁନାଇଟେଡ୍‌  ସ୍ପିରଟ୍‌ ଲିମିଟେଡ୍‌(ୟୁଏସଏଲ)  ଅଧିନସ୍ଥ ରୟାଲ୍‌ ଚ୍ୟାଲେଞ୍ଜର୍ସ ସ୍ପୋର୍ଟ୍ସ  ପ୍ରାଇଭେଟ୍‌ ଲିମିଟେଡ(ଆରସିଏସପିଲ) ରେ ନିବେଶର ସମୀକ୍ଷା କରିବାକୁ ନିଷ୍ପତ୍ତି  ନେଇଛି।