​​​​​​​ଭୁବନେଶ୍ବର,୪।୧୧ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ। ଜମିର ମ୍ୟୁଟେସନ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ପିପିଲି ତହସିଲ ବନ୍ତଳସିଂ ଆରଆଇ ଜୀବନ କିଷ୍ଣା ପରିଡା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ନିକଟରୁ ଭିଜିଲାନ୍ସ ଟିମ୍ ୬୦ ହଜାର ଟଙ୍କା ଜବତ କରିଛି।

୬ଟି ପୈତୃକ ଜମିର ମ୍ୟୁଟେସନ କରିବା ପାଇଁ ଅଭିଯୋଗକାରୀ ଆବେଦନ କରିଥିଲେ। ୬ଟି ଜମି ପାଇଁ ୧୫ ହଜାର ଲେଖାଏଁ ମୋଟ ୯୦ ହଜାର ଟଙ୍କା ଦେବାକୁ ଆରଆଇ ଜୀବନ କ୍ରିଷ୍ଣା କହିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିବା ପରେ ଜୀବନ ୬୦ ହଜାର ଟଙ୍କା ଦେବାକୁ କହିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ମଙ୍ଗଳବାର  ଅଭିଯୋଗକାରୀଙ୍କ ଠାରୁ ୬୦ ହଜାର ଟଙ୍କା ଆରଆଇ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍‌ ମାଡି ବସିଥିଲେ।  ଆରଆଇଙ୍କ ନିକଟରୁ ୬୦ ହଜାର ଟଙ୍କା ଜବତ କରିଥିଲେ। ଏଥିସହ ଆରଆଇ ଜୀବନଙ୍କ ୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରି ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରୁଛି।