କୋଇଡା, ୨୯/୧୦ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ମଣ୍ଡଳ ଅଧିନସ୍ଥ GVPR ଲୌହ ଖଣିରେ ଚଢାଉ। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନ ମାନର ଦର୍ଶାଇ ପରିବହନ କରୁଥିବା ଅଭିଯୋଗ ହୋଇଛି। ଚଢ଼ାଉରେ ଖଣି ବିଭାଗର ଚାରିଜଣ ଅଧିକାରୀ ସାମିଲ୍ ଅଛନ୍ତି। ଖଣିରେ ନିର୍ମାଣ ହୋଇଥିବା ଲୌହ ଖଣିଜ ଷ୍ଟାକ୍କୁ ନିରୀକ୍ଷଣ କରୁଛନ୍ତି।
ସୂଚନାନୁଯାୟୀ, ତିନି ସପ୍ତାହ ପୂର୍ବରୁ କୋଇଡ଼ା ମଣ୍ଡଳ ଅଧିନସ୍ଥ GVPR ଲୌହ ଖଣିରେ ପରିବହନ ଆରମ୍ଭ ହୋଇଥିଲା। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନ ମାନର ଦର୍ଶାଇ ପରିବହନ ଚାଲିଥିଲା। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ଵ ହାନି ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଖଣି ବିଭାଗର ଅଧିକାରୀମାନେ ରେଡ୍ କରିଛନ୍ତି। ଏହି ଚଢାଉରେ ୪ ଜଣ ଅଧିକାରୀ ସାମିଲ ଅଛନ୍ତି।