ମୁମ୍ବାଇ,୨୩/୧୦:  ଅଷ୍ଟ୍ରେଲିଆ-ଇଣ୍ଡିଆ ଦ୍ବିତୀୟ ଦିନିକିଆ । ଆଡିଲେଡରେ ଖେଳାଯାଉଛି ଏହି ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଘରୋଇ ଦଳ । ଯାହା ଫଳରେ ବ୍ୟାଟିଂ କରୁଛି ଟିମ୍ । ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଦୁଇଟି ଝଟକା ଲାଗିଥିଲେ ମଧ୍ୟରେ ରୋହିତ୍ ଶର୍ମା ଏବଂ ଶ୍ରେୟସ ଆୟର ଟିମ୍‌କୁ ସମ୍ଭାଳି ନେଇଛନ୍ତି । ରୋହିତ୍ ପ୍ରାୟ ୬ ମାସ ପରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ପ୍ରଥମରୁ ଧିମା ଖେଳିଥିବା ରୋହିତ୍ ମିଡିଲ୍ ଓଭର ନିଜକୁ ସମ୍ଭାଳି ନେଇ ରକ୍ଷାତ୍ମକ ଭାବେ ଖେଳିଛନ୍ତି । ୭୪ଟି ବଲରେ ୫୦ ରନ୍‌ ପୂରଣ କରିଛନ୍ତି । ଏଥିରେ ୪ଟି ଚୌକା ଏବଂ ୨ଟି ଛକା ରହିଛି । ଏହି ତାଙ୍କ ଦିନିକିଆ କ୍ୟାରିୟରର ୫୯ ତମ ଅର୍ଦ୍ଧଶତ । ସେପଟେ ଶ୍ରେୟସ ଆୟର ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆୟର ୬୭ଟି ବଲରେ ୫୦ରନର ଇନିଂସ ଖେଳିଛନ୍ତି । ଏଥିରେ ୫ଟି ଚୌକା ରହିଛି ।​​​​​​​