ନୂଆଦିଲ୍ଲୀ,୦୩/୧୧: ଟିମ୍ ହର୍ମନପ୍ରୀତର ଝିଅ ଲେଖିଛନ୍ତି ନୂଆ କାହାଣୀ । ୱାଲ୍ଡ ଚାମ୍ପିଅନ ୱିମେନ୍ ଇନ୍ ବ୍ଲୁ । ପ୍ରଥମ ଥର ବିଶ୍ୱ ବିଜେତା ହୋଇଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଦିନିକିଆ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ବିଶ୍ୱବିଜୟିନୀ ହୋଇଛି ଭାରତ । ଏ ସଫଳତାକୁ ନେଇ ସବୁଠି ଉତ୍ସାହ-ଉତ୍ସବ । ବିଜୟ ଉତ୍ସବରେ ବୁଡ଼ିଛି ଭାରତ । ବିଶ୍ୱକପ ଫାଇନାଲ ମ୍ୟାଚରେ ଦୁଇ ଷ୍ଟାରଙ୍କର ମୁଖ୍ୟ ଭୂମିକା ରହିଛି । ବୋଲିଂ-ବ୍ୟାଟିଂରେ ମାଷ୍ଟରକ୍ଲାସ ଦେଖିବାକୁ ମିଳିଛି । ସେମାନେ ହେଲେ ଶେଫାଳି ବର୍ମା ଓ ଦିପ୍ତୀ ଶର୍ମା । ସେମାନଙ୍କ ଶ୍ରେଷ୍ଠ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଭାରତ ଟାଇଟଲ ସ୍ୱପ୍ନ ପୂରା କରିଛି । ୮୭ ରନ୍ ଓ ୨ ୱିକେଟ୍ ନେଇଥିବା ଶେଫାଳି ବର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି । ୨୧୫ ରନ୍, ୨୨ ୱିକେଟ୍ ନେଇଥିବା ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି । ଲିଗ୍ରେ ଭାରତର ଲଗାତାର ହ୍ୟାଟ୍ରିକ ପରାଜୟ ପରେ ୩ଟି ମ୍ୟାଚ ଜିତି ଚାମ୍ପିଅନ ହୋଇଛି ।
2⃣1⃣5⃣ runs 👏
— BCCI Women (@BCCIWomen) November 2, 2025
2⃣2⃣ wickets 💪
Leading wicket-taker of #CWC25 ✨
Presenting the Player of the Tournament in #TeamIndia's World Cup-winning campaign - The ever dependable Deepti Sharma 🥳
Scorecard ▶ https://t.co/TIbbeE4ViO#WomenInBlue | #INDvSA | #Final | @Deepti_Sharma06 pic.twitter.com/kF0tkf4f46
ଶେଫାଳି ସରପ୍ରାଇଜ- ଗଡ୍ ପ୍ଲାନ୍ । ୭ ଦିନ ତଳେ ଘରେ ବସି ବିଶ୍ୱକପ ମ୍ୟାଚ ଦେଖୁଥିଲେ । ଦଳରେ ନଥିଲେ । ହେଲେ ଆଜି ସେ ବିଶ୍ୱକପ ଫାଇନାଲ ମ୍ୟାଚର ଷ୍ଟାର । ପ୍ଲେୟାର ଅଫ୍ ଦି ଫାଇନାଲ । ପ୍ରତୀକା ରାୱଲ ଆହତ ହେବା ପରେ ୨୧ ବର୍ଷୀୟ ଶେଫାଳିଙ୍କୁ ଡକରା ଆସିଥିଲା । ଏହା ପରେ ବିଶ୍ୱକପ ମ୍ୟା ଖେଳିଥିଲେ । ଏହାକୁ ଭଗବାନଙ୍କ ପ୍ଲାନ ନୁହେଁ ତ ଆଉ କଣ କୁହାଯିବ । ବିଶ୍ୱକପ ଫାଇନାଲରେ ଶେଫାଳି ୮୭ ରନ୍ ସହି ୨ ୱିକେଟ ନେଇଛନ୍ତି । ଏହା ତାଙ୍କର ସର୍ବୋଚ୍ଚ ସ୍କୋର । ଦମଦାର ପ୍ରଦର୍ଶନ ପାଇଁ ଶେଫାଳି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଶ୍ରେଷ୍ଠ ପ୍ଲେୟାର ହେବାରେ ଶେଫାଳି ସର୍ବକନିଷ୍ଠ ।
8️⃣7️⃣ runs with the bat 💪
— BCCI Women (@BCCIWomen) November 2, 2025
2️⃣/3️⃣6️⃣ with the ball ☝
For her impactful performance in the #Final, Shafali Verma wins the Player of the Match award 🏅
Scorecard ▶ https://t.co/TIbbeE4ViO#TeamIndia | #WomenInBlue | #CWC25 | #INDvSA | @TheShafaliVerma pic.twitter.com/r7gxRyuoHt
ଦବଙ୍ଗ ଦିପ୍ତୀ- ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ଦିପ୍ତୀ ଶର୍ମା । ଆଉ ଫାଇନାଲରେ ତାଙ୍କ ପ୍ରଦର୍ଶନ ଥିଲା ଜବରଦସ୍ତ । ଫାଇନାଲରେ ଦିପ୍ତୀ ୫୮ ରନ୍ କରିବା ସହ ୫ ୱିକେଟ ନେଇଛନ୍ତି । ଉଭୟ ପୁରୁଷ ଓ ମହିଳା ଦିନିକିଆ ବିଶ୍ୱକପ ଫାଇନାଲରେ ଅର୍ଦ୍ଧଶତକ ସହ ୫ ୱିକେଟ ନେବାରେ ଦିପ୍ତୀ ପ୍ରଥମ ଖେଳାଳି । ମହିଳା କ୍ରିକେଟରେ ଏହା ପ୍ରଥମ ଘଟଣା । ବିଶ୍ୱକପ ମ୍ୟାଚରେ ଏହି ସଫଳତା ପାଇବାରେ ଦିପ୍ତୀ ଦ୍ବିତୀୟ ଭାରତୀୟ । ୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଯୁବରାଜ ସିଂହଙ୍କୁ ଏହି ସଫଳତା ମିଳିଥିଲା । ବିଶ୍ୱକପରେ ୨୧୫ ରନ୍, ୨୨ ୱିକେଟ୍ ନେଇଥିବା ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି । ଭାରତର ପ୍ରଥମ ଟାଇଟଲ ବିଜୟରେ ଦିପ୍ତୀଙ୍କର ଅଲରାଉଣ୍ଡର ପ୍ରଦର୍ଶନ ଦେଖିବାକୁ ମିଳିଛି । ଉଭୟ ପୁରୁଷ କିମ୍ବା ମହିଳାରେ ଗୋଟିଏ ଦିନିକିଆ ବିଶ୍ୱକପ୍ ସଂସ୍କରଣରେ ୨୦୦ ରନ୍ ଏବଂ ୨୦ ୱିକେଟ୍ ହାସଲ କରିବାରେ ଦିପ୍ତୀ ପ୍ରଥମ । ୨୦୧୭ ବିଶ୍ୱକପ ଫାଇନାଲରେ ଭାରତକୁ ୧୨ ବଲରେ ୧୧ ରନ ଦରକାର ଥିବାବେଳେ ଦିପ୍ତୀ ଶର୍ମା ଆଉଟ ହୋଇଥିଲେ । ୨୦୨୨ ବିଶ୍ୱକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨ ବଲରେ ୩ ରନ ଦରକାର ଥିଲା । ଭାରତ ଜିତିବ ବୋଲି ଆଶା କରାଯାଉଥିଲା । ମିଗନନ୍ ଡୁ ପ୍ରିଜ୍ କ୍ୟାଚ୍ ଦେଇଥିଲେ, କେବଳ ରିପ୍ଲେରେ ଓଭର ଷ୍ଟେପ ହୋଇଥିଲା ଦର୍ଶାଇଥିଲା । ଭାରତ ଶେଷରେ ଖେଳ ହାରିଗଲା ଏବଂ ପ୍ରତିଯୋଗିତାରୁ ବିଦା ହୋଇଥିଲା ।
ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ ୨୯୮ ରନ୍ କରିଥିଲା । ୨୯୯ ରନ୍ର ଟାର୍ଗେଟ ପିଛା କରି ଦକ୍ଷିଣ ଆଫ୍ରିକା ୨୪୬ ରନ୍ରେ ଅଲଆଉଟ ହୋଇଥିଲା । ବିଶ୍ୱ ବିଜେତା ହୋଇଥିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ୨୦୦୫ ଓ ୨୦୧୭ରେ ୨ ଥର ରନର୍ସଅପ୍ ହୋଇଥିଲା । ଏଥର ଭାରତ ନୂଆ ବିଶ୍ୱ ଚାମ୍ପିଅନ ହୋଇଛି । ୧୯୮୩ ବିଶ୍ୱକପ ବଡ଼ ସ୍ୱପ୍ନ ଦେଖିବା ଏବଂ ତାକୁ ପିଛା କରିବା ପାଇଁ ପ୍ରେରଣା ଦେଇଥିଲା । ଆଜି ଆମ ମହିଳା କ୍ରିକେଟ୍ ଦଳ ଦେଶର ଅଗଣିତ ଯୁବତୀଙ୍କୁ ବ୍ୟାଟ୍ ଏବଂ ବଲ୍ ଧରି ପଡ଼ିଆକୁ ଓହ୍ଲାଇବା ଏବଂ ଆତ୍ମବିଶ୍ୱାସ ରଖିବା ପାଇଁ ପ୍ରେରଣା ଦେଇଛନ୍ତି । ଯେ ସେମାନେ ମଧ୍ୟ ଦିନେ ଟ୍ରଫି ଉଠାଇପାରିବେ ।