ନୂଆଦିଲ୍ଲୀ ୦୩/୦୯: ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଚାଲିଛି ମ୍ୟାଡ୍‌ଡକ୍‌ ହରର୍‌ କମେଡି ୟୁନିଭର୍ସ । ସ୍ତ୍ରୀ-୨ର ବ୍ଲକ୍‌ବଷ୍ଟର ସଫଳତା ଫ୍ରାଞ୍ଚାଇଜିର ଲୋକପ୍ରିୟତାକୁ ସୁଦୂରପ୍ରସାରୀ କରିଥିଲା । ସେହିଭଳି ଛୋଟ ବଜେଟ୍‌ ଫିଲ୍ମ ମୁଞ୍ଜ୍ୟାର ସଫଳତା ସମସ୍ତଙ୍କୁ ଚକିତ କରିଥିଲା । ଫିଲ୍ମଟି ଶର୍ଭରୀ ୱାଗ୍‌ ଓ ଅଭୟ ବର୍ମାଙ୍କ କ୍ୟାରିଅର୍‌କୁ ମାଇଲେଜ୍‌ ଦେଲା । ଫ୍ରାଞ୍ଚାଇଜି ଏବେ ମୁଞ୍ଜ୍ୟାର ସିକ୍ୱେଲ୍‌ ମହା ମୁଞ୍ଜ୍ୟାର ରିଲିଜ୍‌ ପାଇଁ ପ୍ରସ୍ତୁତ ହେଉଛି । ଏହି କ୍ରମରେ ଫିଲ୍ମର ଷ୍ଟାର୍‌ କାଷ୍ଟ୍‌ଙ୍କୁ ନେଇ ତାଜା ଖବର ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି । ଚର୍ଚ୍ଚା ହେଉଛି, ‘ମୁଞ୍ଜ୍ୟା-୨ରେ ସର୍ଭରୀଙ୍କୁ ପୁଣି ଥରେ ଦେଖିବାକୁ ମିଳିନପାରେ । ତାଙ୍କ ବଦଳରେ ଅଭୟ ବର୍ମାଙ୍କ ଅପୋଜିଟ୍‌ରେ ଜଣେ ନୂଆ ଚେହେରାଙ୍କୁ ସ୍ଥାନ ମିଳିପାରେ ।

ରିପୋର୍ଟ ଅନୁସାରେ, ‘ମହା ମୁଞ୍ଜ୍ୟାର ନିର୍ମାତା ଫିମେଲ୍‌ ଲିଡ୍‌ ରୋଲ୍‌ ପାଇଁ ପ୍ରତିଭା ରାଣ୍ଟାଙ୍କୁ କାଷ୍ଟ୍‌ କରିବା ନେଇ ଆଲୋଚନା କରିଛନ୍ତି । ଖୁବ୍‌ଶୀଘ୍ର ସେ ଫିଲ୍ମ ସାଇନ୍‌ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତାଙ୍କ ଚରିତ୍ର ସିରିଜ୍‌ରେ ନୂଆ ଏନର୍ଜି ଆଣିବ । ତାଙ୍କ ଏଣ୍ଟ୍ରି କାହାଣୀକୁ ନୂଆ ଦିଗ ଦେବ ଏବଂ ଭବିଷ୍ୟତର ସିକ୍ୱେଲ ପାଇଁ ରୋମାଞ୍ଚକର ସମ୍ଭାବନାର ମାର୍ଗ ଖୋଲିବ । ଆମିର ଖାନ୍‌ଙ୍କ ପ୍ରଯୋଜିତ ଲାପତା ଲେଡିଜ୍‌ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ପ୍ରତିଭା । ଜୟା ତ୍ରିପାଠୀ ସିଂହ ଚରିତ୍ର ପାଇଁ ସେ ଖୁବ୍‌ ପ୍ରଶଂସା ସାଉଁଟିଥିଲେ । ଏହା ପରେ ସଞ୍ଜୟ ଲୀଲା ଭଂସାଲୀଙ୍କ ହୀରାମଣ୍ଡି: ଦ ଡାଇମଣ୍ଡ୍‌ ବାଜାରରେ ତାଙ୍କୁ ଦେଖିବାକୁ ମିଳିଲା । ତାପରେ ଟେଲିଭିଜନ୍‌ ସିରିଜ୍‌ କୁର୍‌ବାଁ ହୁଆରେ ଆସିଲେ । ଆଧା ଇଶ୍କରେ ସେ ମୁଖ୍ୟ ଭୂମିକା ନିର୍ବାହ କଲେ । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ଦ ରିଭଲ୍ୟୁସନାରିଜ୍‌