ଭୁବନେଶ୍ୱର, ୨୭/୦୯:  ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କୁ ପୂଜା ଭେଟି । ବଢ଼ିଲା  ସେମାନଙ୍କ ମହଙ୍ଗା ଭତ୍ତା (ଡିଏ) ।  ସେମାନଙ୍କୁ ଅଧିକ ୨% ମହଙ୍ଗା ଭତ୍ତା  ଦେବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ  କରିଛନ୍ତି । ଏହି କର୍ମଚାରୀମାନେ  ଏଣିକି ୫୩ ପ୍ରତିଶଦ ବଦଳରେ ୫୫  ପ୍ରତିଶତ ଭତ୍ତା ପାଇବେ । ଏହି ବର୍ଦ୍ଧିତ  ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ  ପହିଲା ୨୦୨୫ରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା  ଗସ୍ତରେ ଥିବା ବେଳେ ଶୁକ୍ରବାର  ଦିନ ତମାମ ତାଙ୍କର ବ୍ୟସ୍ତବହୁଳ  କାର୍ଯ୍ୟସୂଚୀ ଥିଲା । ବିଳମ୍ବିତ ରାତି  ଯାଏଁ ସେ ସରକାରୀ ଫାଇଲ କାମ  କରିବା ସହ ଏହି ମହଙ୍ଗା ଭତ୍ତା ବୃଦ୍ଧି  ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।