ଯାଜପୁର, ୧୮।୬ : ବୈତରଣୀ ନଦୀର ଦେବୀ ଗଡା ଘାଟରେ ଗାଧୋଉଥିବା ସମୟରେ ନଦୀରେ ବୁଡ଼ି ଯାଇ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ବରାହ ନୂଆପଡ଼ା ଗ୍ରାମର ପ୍ରଶାନ୍ତ ନାୟକଙ୍କ ପୁଅ ପ୍ରସ୍ନଜିତି ନାୟକ ।

ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ବରାହ ନୂଆପଡ଼ା ଗ୍ରାମର ପ୍ରଶାନ୍ତ ନାୟକଙ୍କ ପୁଅ ପ୍ରସ୍ନଜିତି ନାୟକ ଦୀର୍ଘ ବର୍ଷ ଧରି ଯାଜପୁର ଟାଉନ ଥାନା ଅନ୍ତର୍ଗତ ଜନ ବଗିଚା ନିକଟରେ ଘର୍ ଭଡ଼ା ନେଇ ରହି ଆସୁଥିଲେ । ଆଜି ତିନି ଜଣ ସାଙ୍ଗ ହୋଇ ବୈତରଣି ନଦୀର ଦେବୀ ଗଡା ଘାଟକୁ ଗାଧେଇ ବାକୁ ଯାଇଥିଲେ। ଗୋଡ ଖସି ଯିବାରୁ ଗଭୀର ସ୍ରୋତ ରେ ବୁଡ଼ି ଯାଇ ପ୍ରସନ୍ନଜିତ ନିଖୋଜ ହୋଇଯାଇଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଖୋଜା ଖୋଜି କରିବା ପରେ ସ୍ଥାନୀୟ ଲୋକ ଙ୍କ ସାହାଯ୍ୟରେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଯୁବକ ଜଣକୁ ମୃତ ଘୋଷଣା କରିଛନ୍ତି । ମୃତ ଖବର ପାଇଁ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି ।

ଆହୁରି ପଢନ୍ତୁ : ହିଟଓ୍ବେଭ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ, ପୁରୀରେ ବଢିଲା ଛୁଟି ଅବଧି