ରାୟଗଡ଼ ୨୮/୧୦: ଅକସ୍ମାତ୍ ଚାଲିଗଲା ଯୋଗାଣ ସହାୟକଙ୍କ ଜୀବନ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ପୋତାର ପଞ୍ଚାୟତର ଯୋଗାଣ ସହାୟକଙ୍କ ସୁରେନ୍ଦ୍ର ଗମାଙ୍ଗାଙ୍କ ମୃତ୍ୟୁ ହୋଇଛି । ସୋମବାର ରାତିରେ ଖାଇବା ପରେ ଶୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାର ଡାକ୍ତର ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଯୋଗାଣ ସହାୟକ ସୁରେନ୍ଦ୍ର ଗମାଙ୍ଗ ୨୬ତାରିଖରୁ ବାତ୍ୟା ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ । ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ଆଣିବା ସହିତ ସେମାନଙ୍କ ରହଣୀ ଓ ଖାଦ୍ୟପେୟ ବ୍ୟବସ୍ଥା ବୁଝୁଥିଲେ । ହେଲେ ଗତକାଲି ରାତିରେ ହଠାତ୍ ତାଙ୍କ ଦେହ ଖରାପ ହୋଇଥିଲା ଏବଂ ସେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।