କଳାହାଣ୍ଡି ୨୭/୦୯: ତୁର୍କେଲ ବ୍ରିଜରେ ଫାଟ୍। ଦବିଲା ସେତୁ ରାସ୍ତା। ଭବାନୀପାଟଣା ନୂଆପଡ଼ା ମଧ୍ୟରେ ଯାତାୟତ ଠପ୍। ଘଟଣାସ୍ଥଳ​‌ରେ ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ସତର୍କ କରୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଯାଏ କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ୍ ଜାତୀୟ ରାଜପଥ ୧୬ ତୁର୍କେଲ ତେଲନଦୀ ଉପରେ ଥିବା ବ୍ରିଜରେ ଏକାଧିକ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ଗୋଟିଏ ସ୍ଥାନରେ ବ୍ରିଜ୍ ସାମନ୍ୟ ଦବି ଯାଇଛି। ଏଥି ସହିତ ଖାଲଖମାରେ ଭର୍ତ୍ତି ହେଇଛି ବ୍ରିଜ। ଫଳରେ ବାନୀପାଟଣା ନୂଆପଡ଼ା ମଧ୍ୟରେ ଯାତାୟତ ବନ୍ଦ ଥିବାରୁ ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ସତର୍କ କରୁଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।