ନୂଆଦିଲ୍ଲୀ,୩।୯: ଜାତିସଂଘର ପରମାଣୁ ମନିଟରିଂ ଏଜେନ୍ସି ଅର୍ଥାତ ଆଇଏଇଏର ବଡ ଖୁଲାସା । ଏଜେନ୍ସିର କହିବା ଅନୁସାରେ, ତା’ର ନିରିକ୍ଷକଙ୍କୁ ସିରିଆର ଏକ ଗୁପ୍ତ ସ୍ଥାନରେ ୟୁରାନିୟମ କଣିକା ମିଳିଛି। ଏହି ସ୍ଥାନ ସେହି ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ବୋଲି କୁହାଯାଉଛି,ଯାହାକୁ ପୂର୍ବତନ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କ ସରକାର ଚୁପଚାପ୍ ଭାବରେ ଚଲାଇଥିଲେ।
ଆଇଏଇଏର ରିପୋର୍ଟ ଅନୁସାରେ ସିରିଆ ପକ୍ଷରୁ ଉତ୍ତର କୋରିଆ ସାହାର୍ଯ୍ୟରେ ପୂର୍ବ ଦେଇର ଏଜ୍ ଜୋର ପ୍ରଦେଶରେ ଏକ ଅଘୋଷିତ ପରମାଣୁ ରିଆକ୍ଟର ତିଆରି କରାଯାଇଛି। ଏହି ରହସ୍ୟ ସେତେବେଳେ ଜଣାପଡିଥିଲା ଯେତେବେଳେ ୨୦୦୭ ରେ ବିମାନ ଆକ୍ରମଣ କରି ଏହି ରିଆକ୍ଟରକୁ ନଷ୍ଟ କରାଯାଇଥିଲା। ଏହାପରେ ସିରିଆ ସେହି ସ୍ଥାନକୁ ପୁରା ଭାବରେ ସମତଳ କରିଦେଇଛି ଓ ଏଜେନ୍ସିର ପଶ୍ନକୁ ମଧ୍ୟ ସ୍ପଷ୍ଟା ଭାବେର ଉତ୍ତର ଦେଇ ନାହିଁ।
ଗତ ବର୍ଷ ଆଇଏଇଏ ଟିମ୍ ତିନୋଟି ଅଲଗା ଅଲଗା ସ୍ଥାନକୁ ଗସ୍ତ କରିଥିଲେ। ଏଥିରୁ ଗୋଟିଏ ସ୍ଥାନରେ ମାନବଜନିକ ପ୍ରାକୃତିକ ୟୁରୋନିୟମ କଣିକା ମିଳିଛି। ଏଜେନ୍ସିର ମୁଖପାତ୍ର ଫେଡରିକ୍ ଡାଲ୍ଙ୍କ କହିବା ଅନୁସାରା, ଏଥିରୁ କିଛି କଣିକା ଯାହାକି ୟୁରାନିୟମ ଅୟସ୍କକୁ ୟୁରାନିୟମ ଅକ୍ସାଇଡ୍ରେ ପରିବର୍ତ୍ତିତ କରିବାର ପକ୍ରିୟାରେ ମେଳ ଖାଉଛି। ଏହି ପକ୍ରିୟା ସାଧାରଣତଃ ପରମାଣୁ ରିଆକ୍ଟରରେ ବ୍ୟବହାର ହୋଇଥାଏ। ବଶର ଅଲ୍-ଅସଦ କ୍ଷମତାରୁ ହଟିବା ପରେ ଅନ୍ତରୀଣ ରାଷ୍ଟ୍ରପତି ଅହମ୍ମଦ ଅଲ୍-ଶରା ଆଇଏଇଏକୁ ପୁରା ସହଯୋଗ ଦେବାର ପ୍ରତିଶ୍ରୁତି ଦେଇଛି। ନୂଆ ଦରକାର ଏଜେନ୍ସିକୁ ପୁଣିଥରେ ସେହି ସ୍ଥାନ ପର୍ଯ୍ୟନ୍ତ ପହଁଞ୍ଚାଇ ଦେଇଛି, ଯେଉଁଠି ସନ୍ଧିଗ୍ଧ ଗତିବିଧି ଘଟିଛି। ଏବେ ନିଆଯାଇଥିବା ନମୁନାର ବିଶ୍ଲେଷଣ କରାଯାଉଛି ଓ ଦରକାର ପଡିଲେ ଆଗକୁ ଯାଞ୍ଚ ମଧ୍ୟ ହେବ।