ରାଇରଙ୍ଗପୁର,୧୪/୧୦ : ମୟୂରଭଞ୍ଜ ଜିଲ୍ଲା ବହଳଦା ରୋଡ ରେଳ ଷ୍ଟେସନ ଓ ଅଁଳାଯୋଡ଼ି ଷ୍ଟେସନ ନିକଟସ୍ଥ ଛେଁଞ୍ଚେଳା ଗ୍ରାମ ନିକଟରେ ଟାଟା ବାଦାମପାହାଡ଼ ଟ୍ରେନ୍ ଧକ୍କାରେ ଅଜଣା ମହିଳାଙ୍କ ମୃତ୍ଯୁ ଘଟିଛି । ଯେ ହେତୁ ଦୁଇ ଷ୍ଟେସନ ମଧ୍ୟରେ ଦୂରତା ଯୋଗୁଁ ଶୀଘ୍ର ଜଣାପଡ଼ି ନ ଥିଲେ ମଧ୍ୟ ଘଟଣାଟି ପ୍ରାୟ ୧୧ ଟାରୁ ୧୨ ଟା ମଧ୍ଯରେ ଘଟିଥିବାର ଅନୁମାନ କରାଯାଉଛି । ଘଟଣାଟି ନିଶ୍ଚିତ ଏଭଳି ଏକ ଅଭାନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅଁଳାଯୋଡ଼ି ରେଳ ଷ୍ଟେସନ ନିକଟ ଚେଞ୍ଚଡା ଗ୍ରାମ ନିକଟରେ ଯାଇଥିବା ରେଳ ଟ୍ରାକରେ ଏବଂ ରେଳ ଧାରଣ ସଂଖ୍ଯା ହେଲା କେ ଏମ୍ ନଂ- ୩୧୦/୧୮-୧୭ ସ୍ଥାନରେ ଦୁର୍ଘଟଣା ଘଟିଛି ।
ଦୁର୍ଘଟଣା ଘଟଣା ଖବରପାଇବା ପରେ ବାଲେଶ୍ଵର ରେଳେବାଇ ପୁଲିସ ମୃତ ମହିଳାକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି । ଏହି ଘଟଣାରେ ରେଳବାଇ ପୁଲିସ ୭୬/୨୫ ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ମୃତ ମହିଳା ଜଣଙ୍କ ଚିହ୍ନଟ ନିମନ୍ତେ ପାଖାପାଖି ୯୬ ଘଣ୍ଟା ପର୍ଯ୍ୟନ୍ତ ପୁଲିସ ହେପାଜତରେ ରହିବ ବୋଲି ନିରୀକ୍ଷଣ ରେଳବାଇ ପୁଲିସ ଗଣେଶ ରାମ ସା ପ୍ରକାଶ କରିଛନ୍ତି । ଉକ୍ତ ଅଜଣା ମହିଳାଙ୍କ ମୃତଦେହ ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତଖାନାରେ ରଖାଯାଇଛି।