ବୌଦ୍ଧ,୨୯/୧୦ : ବୌଦ୍ଧ ଥାନା ଅନ୍ତର୍ଗତ ଗିରାସିଙ୍ଗା ଗ୍ରାମରୁ ବୌଦ୍ଧ ପୁଲିସ ଏକ ମୃତଦେହ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ଗିରାସିଙ୍ଗା ଗ୍ରାମର ଲକ୍ଷ୍ମୀପ୍ରିୟା ନାୟକ(୨୫) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଲକ୍ଷ୍ମୀପ୍ରିୟା ନାୟକ ନିଖୋଜ ଥିବା ନେଇ ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାମୀ ବୌଦ୍ଧ ଥାନାରେ ଅଭିଯୋଗ କରିବାକୁ ଆସିଥିବାବେଳେ ବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଘଟଣାକୁ ଗୁରୁତର ସହ ନେଇଥିଲେ ।
ସଙ୍ଗେସଙ୍ଗେ ଘଟଣାର ତଦନ୍ତ ପାଇଁ ଗିରାସିଙ୍ଗା ଗ୍ରାମକୁ ଏକ ଟିମ୍ ପଠାଇଥିଲେ । ଉକ୍ତ ଟିମ୍ ସେଠାରେ ତଦନ୍ତ କରିବା ସମୟରେ ମହିଳାଙ୍କ ମୃତଦେହକୁ ଗ୍ରାମ ନିକଟରୁ ଉଦ୍ଧାର କରିଥିଲେ । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।