ସୁନ୍ଦରଗଡ,୨୭/୧୦: ବିଷଧର ସାପ ଚୋଟରେ ବିଲକୁ ଧାନ ବିଡ଼ା ବାନ୍ଧିବାକୁ ଯାଇଥିଲେ ଆଉ ଫେରିଲେ ନାହିଁ । ସାପ କାମୁଡ଼ିବବାରୁ ମହିଳାଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅଞ୍ଚଳରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆଛି ।
ସୂଚନା ଅନୁଯାୟୀ, ବିରବିରା ଗ୍ରାମ ମୁଣ୍ଡାପଡ଼ାର ଲଲିତ ଟପ୍ନୋଙ୍କ ସ୍ତ୍ରୀ ରଞ୍ଜିତା ଟପ୍ନୋ (୪୮)ଙ୍କ ସୋମବାର ସକାଳେ ଘର କାମ ସାରି ବିଲକୁ ଧାନ ଆଣିବାକୁ ଯାଇଥିଲେ । ସେଠାରେ ଧାନ ବିଡ଼ା ବାନ୍ଧୁଥିବା ବେଳେ ସାପ କାମୁଡ଼ି ଦେଇଥିଲା । ରଞ୍ଜିତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି। ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।