ଧରାକୋଟ,୪।୧୦: ଋଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଯୁବକ ନିଖୋଜ। ଯୁବକ ଜଣକ ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ଶୁଭମ କୁମାର ପ୍ରଧାନ

ଧରାକୋଟ ବ୍ଲକର ମୁଣ୍ଡମରାଇ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନ ଙ୍କ ପୁଅ ଶୁଭମ କୁମାର ପ୍ରଧାନ (୧୭) ଗାଁ ନିକଟରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ।  ନଈ ତୁଠରେ ଅଚାନକ ଗୋଡ଼ ଖସିଯିବାରୁ ଭରା ନଈରେ ଭାସି ଯାଇଥିଲେ। ଖବର ପାଇ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି,ଧରାକୋଟ ଓ ଆସିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ଶୁଭମ ଙ୍କର କୌଣସି ପତ୍ତା ମିଳିନଥିଲା । ପ୍ରକାଶ ଯୋଗ୍ୟ ଶୁଭମ ବ୍ରହ୍ମପୁର ସ୍ଥିତ ବେଦବ୍ୟାସ କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଛନ୍ତି