ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଲା ଏ-୧ ଗ୍ରେଡ୍‌, ୦.୬୭% ପାସ୍‌ ହାର ହ୍ରାସ

Published By : Rasmita Pradhan | May 3, 2025 10:37 AM

ଭୁବନେଶ୍ୱର, ୦୩/୦୫ : ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ପରୀକ୍ଷା ଫଳ ହାର ୯୭.୩୧% ହୋଇଛି । ୨.୬୯% ପିଲା ଫେଲ୍‌ ହୋଇଛନ୍ତି । ଜିଲ୍ଲା ଏ-୧ ଓ ଏ-୨ ରେଜଲ୍ଟରେ ରାଜ୍ୟର ଚତୁର୍ଥ ସ୍ଥାନ ଅଧିକାର କରିଛି । ପାସ୍‌ ହାର ଅନୁସାରେ ଜିଲ୍ଲା ରାଜ୍ୟରେ ଦଶମ ସ୍ଥାନରେ ରହିଛି । ଅନ୍ୟପଟେ ଗତବର୍ଷଠୁ ଏବର୍ଷ ଅଧିକ ସଂଖ୍ୟାରେ ଏ-୧ ଗ୍ରେଡ୍‌ ହାସଲ କରିଛନ୍ତି ଶିକ୍ଷାର୍ଥୀ । ଗତବର୍ଷ ୧୬୪ ଜଣ ଶିକ୍ଷାର୍ଥୀ ଏ-୧ ପାଇଥିବା ବେଳେ ଚଳିତବର୍ଷ ୧୭୫ ଜଣ ଏ-୧ ପାଇଛନ୍ତି । ଅନ୍ୟପଟେ ପାସ୍‌ ହାରରେ .୬୭ ଧ ହ୍ରାସ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ୩୩୮ଟି ହାଇସ୍କୁଲରୁ ମୋଟ ୨୭ ହଜାର ୧୩୭ ଜଣ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ଏଥିରୁ ୨୬ ହଜାର ୯୦୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩୦ ଜଣ ଅନୁପସ୍ଥିତ ଥିଲେ । ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଜିଲ୍ଲାରୁ ୧୭୫ ଜଣ ଏ-୧ (୦.୬୫%) ରେଜଲ୍ଟ କରିଛନ୍ତି । 

ସେହିପରି ଏ-୨ରେ ୭୯୨ (୨.୯୪%) ଜଣ ରହିଛନ୍ତି । ବି-୧ରେ ୨୨୪୭ (୮.୩୫%)ଜଣ ଥିବା ବେଳେ ବି-୨ରେ ୪୭୮୦ (୧୭.୭୬%) ଜଣ ଅଛନ୍ତି । ସି ଗ୍ରେଡ୍‌ରେ ୭୨୦୦ (୨୬.୭୬%), ଡିରେ ୭୧୮୪(୨୬.୭୦%), ଇରେ ୩୫୮୧ (୧୩.୩୧%)ଜଣ ଅଛନ୍ତି । ୭୧୮ଜଣ (୨.୬୯%) ଏଫ୍‌ ଗ୍ରେଡ୍‌ ଅର୍ଥାତ୍‌ ଫେଲ୍‌ ହୋଇଛନ୍ତି । ଜିଲ୍ଲା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏ-୧ ରେଜଲ୍ଟରେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ଏ-୨ରେ ମଧ୍ୟ ଚତୁର୍ଥ ସ୍ଥାନରେ ଅଛି । 

ମୋଟ ପାସ୍‌ ହାରରେ ରାଜ୍ୟର ଦଶମ ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଗତ ୩ ବର୍ଷ ରେଜଲ୍ଟ ଦେଖିବାକୁ ଗଲେ, ୨୦୨୩ ମସିହାରେ ୨୫ ହଜାର ୭୧୪ ଜଣ ପାସ୍‌ କରିଥିବା ବେଳେ ପାସ୍‌ ହାର ୯୬.୪୦% ଥିଲା । ସେ ବର୍ଷ ୨୮୮ ଜଣ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେହିପରି ୨୦୨୪ ମସିହାରେ ୨୭ ହଜାର ୫୮୧ଜଣ ପାସ୍‌ ହୋଇଥିବା ବେଳେ ରେଜଲ୍ଟ ୯୬.୨୬% ହୋଇଥିଲା । ୧୬୪ ଜଣ ଏ-୧ ଗ୍ରେଡ୍‌ରେ ପାସ୍‌ ହୋଇଥିଲେ । ଏବର୍ଷ ଏ-୧ରେ ୧୭୫ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ମୋଟ ପାସ୍‌ ହାର ୯୭.୩୧% ରହିଛି । 

ଏହି ଖବରଟିକୁ ପଢନ୍ତୁ-ହଜିଗଲା ଗ୍ରୀନ୍‌ ମହାନଦୀ ମିଶନ, ଅଧାରୁ ଅଧିକ ଗଛର ନାହିଁ ଚିହ୍ନବର୍ଣ୍ଣ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍‌

ଚଳିତ ବର୍ଷ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଭଲ ରେଜଲ୍ଟ କରିଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ୯୭.୩୧% ଥିବା ବେଳେ ପୁରୀ ଜିଲ୍ଲାରେ ୯୭.୧୭% ଓ ନୟାଗଡ଼ରେ ୯୬.୯୧% ରେଜଲ୍ଟ ହୋଇଛି । ସେହିପରି ଏ-୧ ଗ୍ରେଡ୍‌ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାଇଛନ୍ତି । ୧୭୫ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଥିବା ବେଳେ ପୁରୀ ଜିଲ୍ଲାରେ ୧୪୨ ଜଣ ଓ ନୟାଗଡ଼ରେ ମାତ୍ର ୪୪ଜଣ ଏ-୧ ଗ୍ରେଡ୍‌ ରେଜଲ୍ଟ କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ୨୬୯୦୭ ଜଣଙ୍କ ମଧ୍ୟରୁ ୨୫୯୫୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରୁ ୧୭୫ଜଣ ଏ-୧ ଗ୍ରେଡ୍‌ ହାସଲ କରିଛନ୍ତି । ୭୯୨ଜଣ ଏ-୨ ରେଜଲ୍ଟ କରିଛନ୍ତି । ସେହିପରି ପୁରୀ ଜିଲ୍ଲାରେ ୨୦ ହଜାର ୨୧୩ ଜଣଙ୍କ ମଧ୍ୟରୁ ୧୯ ହଜାର ୪୩୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜିଲ୍ଲାର ପାସ୍‌ ହାର ୯୭.୧୭% ଥିବା ବେଳେ ୧୪୨ଜଣ ଏ-୧ ଗ୍ରେଡ୍‌ ରଖିଛନ୍ତି । ସେହିପରି ନୟାଗଡ଼ ଜିଲ୍ଲାରେ ୧୧ ହଜାର ୨୭୦ ଜଣଙ୍କ ମଧ୍ୟରୁ ୧୦ ହଜାର ୭୭୩ଜଣ ପାସ୍‌ ହୋଇଛନ୍ତି । ୪୪ ଜଣ ଏ-ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.