ହିନ୍ଦୋଳ, ୩୧।୫ : ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳରେ ଏକ ଫାର୍ମହାଉସରେ ହାତୀକୁ ମାରି ପୋତିଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ବନବିଭାଗ ଫାର୍ମ ହାଉସମାଲିକ ସମେତ ୩ଜଣଙ୍କୁ ଅଟକ ରଖିଛି। ଏଥିସହ ଫାର୍ମରେ ବନବିଭାଗ ପକ୍ଷରୁ ଛାନ ଭିନ ଜାରି ରହିଛି। ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ ଘଟିଛି ଅଭାନୀୟ ଘଟଣା।
ଏକ ଫାର୍ମ ହାଉସ ନିକଟରେ ହାତୀକୁ ମାରି ପୋତିଦେଇଥିବା ସନ୍ଦେହ କରାଯାଉଛି । ତେବେ ଏହା ଏକ ଦନ୍ତା ହାତୀ ଓ ତାକୁ ମାରି ଦାନ୍ତ ଲୁଟିନେଇଥିବା ସନ୍ଦେହ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଆଜି ହିନ୍ଦୋଳ ବନାଞ୍ଚଳ ପକ୍ଷରୁ ରବିବାର ସନ୍ଧ୍ୟାରେ ଏହି ଫାର୍ମ ହାଉସ ଉପରେ ଚଢ଼ାଉ କରାଯାଇଛି । ଫାର୍ମ ହାଉସ ମାଲିକ ସମେତ ଏହି ଘଟଣାରେ ସହଯୋଗ କରିଥିବା ୩ଜଣଙ୍କୁ ବନ ବିଭାଗ ପକ୍ଷରୁ ଅଟକ ରଖାଯାଇଛି। ସେମାନଙ୍କୁ ବନ ବିଭାଗ ଜେରା କରୁଥିବା ବେଳେ ହାତୀ ମାରି ପୋତି ଦିଆ ଯାଇଥିବା ସ୍ଥଳକୁ ଜଗି ରହିଛି ବନ ବିଭାଗ । ଆସନ୍ତା କାଲି ଉକ୍ତ ଜାଗାକୁ ଖୋଳା ଯିବାକୁବନ ବିଭାଗ ପ୍ରସ୍ତୁତି କରୁଛି।
ଆହୁରି ପଢନ୍ତୁ : କୁଆପଥର ବର୍ଷା ସହ ବଜ୍ରପାତ ସମ୍ଭାବନା, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ