ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଶନିବାର ବରଗଛ ତଳେ ରଖିଆସନ୍ତୁ ଏହି ଜିନିଷ, ହୋଇଯିବେ କୋଟିପତି

ଟଙ୍କା କାହାକୁ ବା ପସନ୍ଦ ନୁହେଁ । ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ସମସ୍ତେ ଚାହାନ୍ତି । ବଡ ବଙ୍ଗଳାରେ ରହିବା ଓ ଦାମୀ କାରରେ ବୁଲିବା ପାଇଁ କାଇଁ ବା କିଏ ମନା କରିବ । ଏସବୁ ପାଇବା ପାଇଁ ସମସ୍ତେ ଦିନରାତି ପରିଶ୍ରମ କରନ୍ତି । ହେଲେ ସମସ୍ତଙ୍କୁ ଏହା ମିଳିନଥାଏ । ମଣିଷ କାମ କରି କରି ଥକି ଯାଏ ଏବଂ ଶେଷରେ ନିରାଶ ହୋଇଯାଏ । ତେବେ ଆପଣ ନିରାଶ ହୁ୍ଅନ୍ତୁନି । ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କୁ ଭାଗ୍ୟ ବଦଳାଇଦେବ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ।

ଏହି ଉପାୟ ପାଇଁ ଆପଣଙ୍କୁ ଏକ ବରଗଛ ନିକଟକୁ ଯିବାକୁ ପଡିବ । ସେଠାରେ ନିମ୍ନଲିଖିତ କାର୍ଯ୍ୟ କରିବାକୁ ପଡିବ ।

୧- ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ ଉନ୍ନତି ପାଇଁ ଶନିବାର ବରଗଛ ନିକଟକୁ ଯାଆନ୍ତୁ । ଗଛ ନିକଟରେ ପାନ, ଗୁଆ ଓ ଏକ କଏନ୍ ରଖି ଦିଅନ୍ତୁ । ବାସ୍, କିଛି ଦିନ ମଧ୍ୟରେ ଫଳ ଦେଖନ୍ତୁ । କୁହାଯାଏ ଶନିବାର ବରଗଛରେ ହଳଦୀ ଓ କେଶର ଚଢାଇବା ଫଳରେ ଲାଭ ମିଳିଥାଏ । ହଳଦିଆ ରଙ୍ଗର ସୂତା ବାନ୍ଧିବା ଫଳରେ ବେପାର ଆଗକୁ ବଢିଥାଏ ।

୨- ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦିଅନ୍ତୁ । ଏଥିରେ କର୍ମକ୍ଷେତ୍ରରେ ନିଶ୍ଚିତ ରୂପେ ସଫଳତା ମିଳିଥାଏ । କିନ୍ତୁ ଏହାକୁ କେବଳ ଶନିବାର ହିଁ କରନ୍ତୁ ।

୩- ଶନିବାର ବରଗଛ ତଳେ ଘିଅ ଦୀପ ଜଳାଇବା ଫଳରେ ବହୁତ ଜଲଦି ବ୍ୟାପାରରେ ଲାଭ ମିଳିଥାଏ ଏବଂ ବ୍ୟାପାର କ୍ଷେତ୍ରରେ ବନ୍ଦ ହୋଇପଡିଥିବା ପଇସା ଲାଭ ସହିତ ଫେରି ଆସିଥାଏ ।

୪- କୁହାଯାଏ ଶନିବାର ବରଗଛର ଏକ ଛୋଟ ଡାଳକୁ ଘରେ ଆଣି ରଖିବା ଫଳରେ ଘରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ବରଗଛରେ ଧଳା ସୂତାକୁ ୧୧ ଥର ବାନ୍ଧିବା ପରେ ଜଳ ଅର୍ପଣ କଲେ ଘରୁ ଦାରିଦ୍ର‌୍ୟ ଦୂରେଇ ଯାଏ ।

୫- ଶନିବାର ବରଗଛ ତଳେ ଶୋରିଷ ତେଲର ଦୀପ ଜାଳିବା ଫଳରେ ବରଗଛ ପୂଜାର ଲାଭ ମିଳିଥାଏ ।

୬- ଏହା ମଧ୍ୟ କୁହଯାଏ ଘରୋଇ କଳହ ଯୋଗୁଁ ଚିନ୍ତାରେ ରହୁଥିବା ବ୍ୟକ୍ତି ବରଗଛରେ କର୍ପୁର ଓ ଲବଙ୍ଗ ଜଳାଇବା ଫଳରେ ଧନ ଲାଭ ହୋଇଥାଏ । ମଙ୍ଗଳବାର ବରଗଛର ୧୧ଟି ପତ୍ରରେ ହନୁମାନଙ୍କ ସିନ୍ଦୁରରେ ରାମ ଲେଖି ଘରେ ସ୍ଥାପିତ କରିବା ଫଳରେ ଅନେକ ଲାଭ ମିଳିଥାଏ ।

Copyright © 2022 - Summa Real Media Private Limited. All Rights Reserved.