ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ଏହି ଗାଁରେ ୫୦୦ ବର୍ଷ ହେବ ଶିବ ମନ୍ଦିରର ଦେଖାରଖା କରିଆସୁଛନ୍ତି ମୁସଲିମ୍ ପରିବାର

ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ଭିନ୍ନ ଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ସେଥିପାଇଁ ତ କୁହାଯାଇଥାଏ ବିବିଧତା ମଧ୍ଯରେ ଏକତା କେବଳ ଭାରତରେ ହିଁ ଦେଖିବାକୁ ମିଳିଥାଏ ।

ଆସାମର ରଙ୍ଗମହଲ ଗାଁରେ ଏହି ବିବିଧତା ଦେଖିବାକୁ ମିଳିଛି । ଏଠାରେ ୫୦୦ ବର୍ଷରୁ ଏକ ମୁସଲିମ୍ ପରିବାର ଭଗବାନ ଶିବ ମନ୍ଦିରର ଦେଖାଶୁଣା କରୁଛନ୍ତି । ଗୁୱାହାଟି ନିକଟସ୍ଥ ଏହି ଗାଁରେ ହିନ୍ଦୁ ଓ ମୁସଲିମ୍ ଉଭୟ ଧର୍ମର ଲୋକେ ଶିବ ମନ୍ଦିରକୁ ପ୍ରାର୍ଥନା କରିବାକୁ ଆସିଥାନ୍ତି ।

wp:html /wp:html

ଅନେକ ପିଢିରୁ ଏହି ମନ୍ଦିରର ଦେଖାଶୁଣା କରନ୍ତି ମତିବର ରେହମାନ । ସେ କୁହନ୍ତି ଯେ ଏହା ୫୦୦ ବର୍ଷର ପ୍ରାଚୀନ ମନ୍ଦିର । ଆମ ପରିବାର ଏହି ମନ୍ଦିରର ଦେଖାଶୁଣା କରିଆସୁଛନ୍ତି । ଏହି ମନ୍ଦିରରେ ହିନ୍ଦୁ ଓ ମୁସଲମାନ ସମସ୍ତେ ଏକାଠି ପ୍ରାର୍ଥନା କରନ୍ତି ।

ଅବଶ୍ଯ ଭାରତରେ ଏହା କିଛି ଆଶ୍ଚର୍ଯ୍ୟ ହେବାଭଳି ଉଦାହରଣ ନୁହେଁ । ଅମରନାଥ ମନ୍ଦିରରେ ମଧ୍ଯ ମୁସଲିମଙ୍କ ଦଖଲ ରହିଆସିଛି । କୁହାଯାଏ ଅମରନାଥ ଗୁମ୍ଫା ସର୍ବପ୍ରଥମେ ଜଣେ ମୁସଲମାନ ହିଁ ଦେଖିଥିଲେ । ଏହା ଏମିତି ଏକ ତୀର୍ଥସ୍ଥଳ ଯେଉଁଠାରେ ଫୁଲ, ମାଳ ବିକ୍ରି କରୁଥିବା ଦୋକାନୀମାନେ ମୁସଲମାନ ହୋଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.