ମୁମ୍ୱାଇ : ସଞ୍ଜୟ ଦତ୍ତ ଓ ନମାସି ଚକ୍ରବର୍ତ୍ତୀଙ୍କ ଫିଲ୍ମ ‘ଆଖିରୀ ସୱାଲ’ ଚଳିତ ସପ୍ତାହରେ ବକ୍ସି ଅଫିସକୁ ଆସିଛି। ଫିଲ୍ମଟି ପ୍ରଥମେ ୮ ମେ’ରେ ରିଲିଜ ହେବାର ଥିଲା, କିନ୍ତୁ ସେନସର ସାର୍ଟିଫିକେଟ୍ ମିଳିବାରେ ବିଳମ୍ୱ ଯୋଗୁଁ ଏହାକୁ ସପ୍ତାହେ ପାଇଁ ପୋଷ୍ଟପୋନ୍ କରି ଦିଆଯାଇ ଥିଲା। ହେଲେ ବକ୍ସ ଅଫିସରେ ଫିଲ୍ମ କିଛି ବି କମାଲ ଦେଖାଇବାରେ ସଂପୂର୍ଣ୍ଣ ରୂପେ ଫେଲ୍ ହୋଇଛି। ଯେଉଁ ସଞ୍ଜୟ ଦତ୍ତଙ୍କ ‘ଧୁରନ୍ଧର ’ ଓ ‘ଧୁରନ୍ଧର-୨’ ରେ ଖୁବ୍ ଚର୍ଚ୍ଚା ହେଉ ଥିଲା ଏବଂ ଫିଲ୍ମ ଆୟର ଅନେକ ରେକର୍ଡ ଭାଙ୍ଗୁ ଥିଲା , ସେହି ସଞ୍ଜୟ ଦତ୍ତ ‘ଆଖିରୀ ସୱାଲ’ରେ ପୂରା ବିଫଳ ହୋଇଛନ୍ତି। ଫିଲ୍ମକୁ ଖରାପ ଓପନିଂ ତ ମିଳିଛି , ଏହାସହ ଶନିବାର ମଧ୍ୟ ଏହାକୁ ଆୟରେ କୌଣସି ବୃଦ୍ଧି ଦେଖିବାକୁ ମିଳି ନାହିଁ।
‘ଆଖିରୀ ସୱାଲ’ରୁ ମେକର୍ସଙ୍କୁ ଖୁବ୍ ଆଶା ଥିଲା। ଫିଲ୍ମ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଅର୍ଥାତ୍ ଆରଏସଏସ ସହ ଜଡ଼ିତ ପ୍ରମୁଖ ପ୍ରଶ୍ନର ଉତ୍ତର ଦିଏ। ହେଲେ ବକ୍ସ ଅଫିସରେ ଦର୍ଶକଙ୍କ ପକ୍ଷରୁ ଏହାକୁ ଖୁବ୍ ଥଣ୍ଡା ରେସପନ୍ସ ମିଳିଛି। ଫିଲ୍ମ ପ୍ରଥମ ଦିନ କେବଳ ୪୦ ଲକ୍ଷ ଟଙ୍କାର ଆୟ କରିଛି। ଅନ୍ୟପଟେ ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାର ଏହାର ଆୟରେ କିଛି ମାତ୍ରାରେ ବୃଦ୍ଧି ଦେଖିବାକୁ ମିଳି ଥିଲା ଏବଂ ଏହା ୭୫ ଲକ୍ଷର ଆୟ କରି ଥିଲା। ସୈକନିଲ୍କ ମୁତାବିକ , ଏହିପରି ଦୁଇ ଦିନରେ ଫିଲ୍ମ ନେଟ୍ ୧.୧୫ କୋଟି ଟଙ୍କାର କଲେକ୍ସନ କରିଛି।
ରିପୋର୍ଟ ମୁତାବିକ ଓଭରସିଜ୍ ବକ୍ସ ଅଫିସରେ ମଧ୍ୟ ଫିଲ୍ମଟି ବିଫଳ ହୋଇଛି। ଏହା ଦୁଇ ଦିନରେ ଓଭରସିଜରେ ୧୫ ଲକ୍ଷ ଟଙ୍କା (ଗ୍ରସ୍)ର ଆୟ କରିଛି। ଫିଲ୍ମର ଗ୍ରସ୍ ୱାର୍ଲ୍ଡୱାଇଡ୍ ଆୟ ଦୁଇ ଦିନରେ ୧.୫୩ କୋଟି ଟଙ୍କା ହିଁ ହୋଇ ପାରିଛି, ଯାହା ସଞ୍ଜୟ ଦତ୍ତଙ୍କ ଭଳି ବଡ଼ ଷ୍ଟାରଙ୍କ ଦୃଷ୍ଟିରୁ ବହୁତ କମ୍। ରିପୋର୍ଟ ଅନୁସାରେ , ଏହି ଫିଲ୍ମର ବଜେଟ୍ ପ୍ରାୟ ୩୦ କୋଟି ଟଙ୍କା। ଏଥିରେ ସ୍ପଷ୍ଟ ଯେ, ଫିଲ୍ମକୁ ନିଜର ବଜେଟ୍ ବାହାର କରିବାରେ ମଧ୍ୟ ମୁସ୍କିଲ ହେଉଛି ଏବଂ ଏବେ ଠାରୁ ହିଁ ଏହାକୁ ଡିଜାଷ୍ଟର କୁହାଯାଉଛି।
‘ଆଖିରୀ ସୱାଲ’ର ନିର୍ଦ୍ଦେଶକ ଅଛନ୍ତି ଅଭିଜିତ ମୋହନ ୱାରଙ୍ଗ । ଫିଲ୍ମରେ ସଞ୍ଜୟ ଦତ୍ତ ଓ ନମାଶି ଚକ୍ରବର୍ତ୍ତୀଙ୍କ ବ୍ୟତୀତ ଅମିତ ସାଧ , ସମୀରା ରେଡ୍ଡୀ ତ୍ରିଧା ଚୌଧୁରୀ ଓ ନୀତୁ ଚନ୍ଦ୍ରାଙ୍କ ଭଳି ଅନେକ ଜଣାଶୁଣା କଳାକାର ନଜର ଆସିଛନ୍ତି। ଫିଲ୍ମକୁ ନିଖିଲ ନନ୍ଦା ଓ ସଞ୍ଜୟ ଦତ୍ତ ମିଳିତ ଭାବେ ନିଖିଲ ନନ୍ଦା ମୋଶନ ପିକଚର୍ସ ଓ ନିମ ଟ୍ରି ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରଡ୍ୟୁସ କରିଛନ୍ତି। ପିଭିଆର ଆଇନକ୍ସ ଫିଲ୍ମକୁ ଡିଷ୍ଟ୍ରିବ୍ୟୁଟ୍ କରିଛି।
ଆହୁରି ମଧ୍ୟ ପଢନ୍ତୁ : ଶେଫାଳୀ ଶାହ ଯୁବତୀଙ୍କୁ ଦେଲେ ପରାମର୍ଶ , ବିବାହ ଓ ପିଲା ଜନ୍ମ କରିବାକୁ ନେଇ କହିଲେ ...