ନୂଆଦିଲ୍ଲୀ,୧୯/୦୭: ଆମେରିକା ଓ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିରହିଛି । ଲଗାତର ୮ ଦିନ ହେଲା ମୁହାଁମୁହିଁ ସଙ୍ଘର୍ଷ ଚାଲିଛି । ଆମେରିକୀୟ ସେନା ଶନିବାର ଇରାନର ହୋର୍ମୋଜଗାନ ପ୍ରଦେଶରେ ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ୍ କରିଛି । ପ୍ରଦେଶର ଜାସ୍କ ସହରରେ ଥିବା ବୋଞ୍ଜି ଡିସାଲାଇନେସନ ପ୍ଲାଣ୍ଟ (ଜଳ ବିଶୋଧନାଗାର)କୁ ଟାର୍ଗେଟ କରାଯାଇଛି । ଏହାପରେ ୨୦ରୁ ଊଦ୍ଧ୍ୱର୍ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍ ହୋଇଯାଇଛି । ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଜବାବରେ ଇରାନ କୁଏତ, ଜୋର୍ଡାନ ଏବଂ ବାହାରିନ ଉପରେ ବଡ଼ଧରଣର ଆକ୍ରମଣ କରିଛି । କୁଏତର ୱାଟର ପ୍ଲାଣ୍ଟକୁ ଏହା ଟାର୍ଗେଟ କରିଛି । ଜୋର୍ଡାନରେ ହୋଇଥିବା ଭୟଙ୍କର ଆକ୍ରମଣରେ ଆମେରିକାର ଦୁଇଜଣ ସୈନ୍ୟ ନିହତ ହୋଇଛନ୍ତି ଓ ଜଣେ ନିଖୋଜ ଅଛନ୍ତି । ଜୋର୍ଡାନରେ ୨ ସେନାଙ୍କ ନିହତରେ ଚିଙ୍କ୍ ଉଠିଛି ଆମେରିକା । କ୍ରୋଧରେ ଗର ଗର ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକୀୟ ବାୟୁସେନା ଇରାନ ବିରୁଦ୍ଧରେ ଏକ ବଡ଼ ଏବଂ ଆକ୍ରମଣାତ୍ମକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ଇରାନ ଉପରେ ଘନ ଘନ ମିସାଇଲ୍ ମାଡ କରିଛି ।
କମାଣ୍ଡର ଇନ୍-ଚିଫ୍ଙ୍କ ନିର୍ଦ୍ଦେଶରେ, ଆମେରିକୀୟ ସେନା ଇରାନ ବିରୋଧରେ ନୂଆ ଏୟାରଷ୍ଟ୍ରାଇକ୍ ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣର ଲକ୍ଷ୍ୟ ହୋର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳକୁ ବିପଦରେ ପକାଇବା ପାଇଁ ଇରାନର କ୍ଷମତାକୁ ହ୍ରାସ କରିବା । ଗତକାଲି ରାତିରେ ଜୋର୍ଡାନରେ ଆମେରିକୀୟ ସେନାଙ୍କ ଉପରେ ଆକ୍ରମଣ କରିଥିବା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ବାହିନୀକୁ ତୁରନ୍ତ ଏବଂ କଠୋର ଶିକ୍ଷା ଦେବା । କମାଣ୍ଡର ଇନ୍ ଚିଫ୍ ତାର ସରକାରୀ ବିବୃତ୍ତିରେ କହିଛି । ଶୁକ୍ରବାର ରାତିରେ ଜୋର୍ଡାନରେ ଆମେରିକୀୟ ସେନାଙ୍କ ଉପରେ ବାଲାଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ ପଛରେ ଆଇଆରଜିସିର ହାତ ଥିବା ଆମେରିକା ଅଭିଯୋଗ କରିଛି । ଆମେରିକୀୟ ସେନା କହିଛି ଯେ, ଜୁଲାଇ ୧୭ ତାରିଖରେ ଡୋର୍ଡାନରେ ଇରାନୀ ଆକ୍ରମଣ ସମୟରେ ୨ ଜଣ ଆମେରିକୀୟ ସେନାଙ୍କର ମୃତ୍ୟୁ ହୋଇଛି । ଜଣେ ନିଖୋଜ ଅଛନ୍ତି । ୪ ଜଣ ଆହତ ସେନାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା । ଚିକିତ୍ସା ପରେ ଅନ୍ୟ ଆହତ ସେନାମାନେ ପୁଣି ଥରେ କାମ ଆରମ୍ଭ କରିଛନ୍ତି ।
ଏହା ବି ପଢନ୍ତୁ...US soldiers testosterone testing : ସୈନିକଙ୍କର ହେବ ଟେଷ୍ଟୋଷ୍ଟେରନ୍ ଟେଷ୍ଟ ; ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ନେଇ ସୃଷ୍ଟି ହୋଇଛି ବିବାଦ ?
ସେଣ୍ଟକମ୍ କହିଛି ଯେ, ମୃତ ସୈନିକଙ୍କ ପରିଚୟ ବର୍ତ୍ତମାନ ପ୍ରକାଶ କରାଯିବ ନାହିଁ। ସେମାନଙ୍କ ପରିବାରକୁ ସୂଚିତ କରାଯିବା ପରେ ହିଁ ସେମାନଙ୍କ ନାମ ପ୍ରକାଶ କରାଯିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୈନିକଙ୍କ ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି, "ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ସେମାନେ ଆମ ଦେଶ ସେବା କରି ଶହୀଦ ହୋଇଛନ୍ତି ।" ଏହି ସମୟରେ, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି, "ସାହସୀ ସୈନିକମାନେ ଶାନ୍ତିରେ ବିଶ୍ରାମ ନିଅନ୍ତୁ । ସେମାନଙ୍କ ବଳିଦାନ ଆମ ସଂକଳ୍ପକୁ ଦୃଢ କରିବ ।" ଏହି ସମୟରେ, ଆମେରିକାର ନୂଆ ଏୟାରଷ୍ଟ୍ରାଇକ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁସାରେ, ଯଦି ଦୁଇ ଦେଶ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହେ ତେବେ ସମଗ୍ର ଅଞ୍ଚଳ ବଡ଼ ସଙ୍କଟରେ ଫସିଯାଇପାରେ । ଯାହା ବିଶ୍ୱ ତୈଳ ଏବଂ ବାଣିଜ୍ୟ ସଙ୍କଟରୁ ଆହୁରି ପ୍ରଭାବିତ କରିବ ।