ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମୋତେ ବିଭବ କୁମାର ମାଡ଼ ମାରୁଥିବା ବେଳେ ଘରେ ଥିଲେ କେଜ୍ରିଓ୍ବାଲ: ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ  ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, କେଜ୍ରିଓ୍ବାଲ ନିଜର ସହଯୋଗୀ ବିଭବ କୁମାରଙ୍କୁ ରକ୍ଷା କରୁଛନ୍ତି । ବିଭବ କୁମାର ମୋତେ ମାରପିଟ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ବାସଭବନରେ ଥିଲେ ।

 ନ୍ୟୁଜ ଏଜେନ୍ସି ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସ୍ବାତୀ ମାଲିଓ୍ବାଲ କହିଛନ୍ତି ଯେ, ‘ମୋ ସହ ଏତେ ଘଟଣା ଘଟିଗଲା ପରେ ମଧ୍ୟ କେଜ୍ରିଓ୍ବାଲ ମୋତେ କଲ କରିନାହାନ୍ତି । ସେ ମୋତେ ସାକ୍ଷାତ ବି କଲେ ନାହିଁ ।ସେ ଅଭିଯୁକ୍ତକୁ ରକ୍ଷା କରୁଛନ୍ତି । ମୋ ଚରିତ୍ର ସଂହାର କରିବାକୁ ଦଳର ସବୁ କାର୍ଯକର୍ତ୍ତାଙ୍କୁ କୁହାଯାଇଛି ।’ 

 ମେ’ ୧୩ର ଘଟଣାକ୍ରମ ସଂପର୍କରେ ସ୍ବାତୀ କହିଛନ୍ତି, ‘ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦେଖା କରିବାକୁ ମେ ୧୩ ସକାଳ ୯ଟାରେ ଯାଇଥିଲି । ତାଙ୍କର ଜଣେ କର୍ମଚାରୀ ମୋତେ ଡ୍ରଇଂ ରୁମରେ ବସିବାକୁ କହିଥିଲେ । ସେତେବେଳ ଅରବିନ୍ଦ କେଜ୍ରିଓ୍ବାଲ ଘରେ ଥିଲେ ଏବଂ ଅଳ୍ପ ସମୟ ପାଇଁ ମୋତେ ସାକ୍ଷାତ କରିଥିଲେ । ଏହାର କିଛି ସମୟ ପରେ ବିଭବ କୁମାର ସେଠାକୁ ଆସିଥିଲେ । କିଛି ଅସୁବିଧା ହୋଇଛି କି ବୋଲି ମୁଁ ପ୍ରଶ୍ନ କରିଥିଲି । କିନ୍ତୁ ସେ କିଛି କହିବା ପୂର୍ବରୁ ମୋତେ ମାଡ଼ ମାରିଥିଲେ ।ସେ ମୋତେ ୭-୮ ଚାପୁଡ଼ା ମାରିଥିଲେ । ମୁଁ ଯେତେବେଳେ ତାଙ୍କୁ ଦୂରକୁ ଠେଲିଦେବାକୁ ଚେଷ୍ଟା କରିଥିଲି ସେତେବେଳେ ସେ ମୋ ଗୋଡ଼ ଧରି ଟାଣି ଟାଣି ନେଇଥିଲେ । ମୋ ମୁଣ୍ଡ ଡ୍ରଇଂ ରୁମରେ ଥିବା ବଡ଼ ଟେବୁଲ ଉପରେ ମାଡ଼ ହୋଇଥିଲା । ମୁଁ ତଳେ ପଡ଼ିଯାଇଥିଲି । ପରେ ସେ ମୋତେ ଗୋଇଠା ମାରିଥିଲେ ।’

 ସ୍ବାତୀ ମାଲିଓ୍ବାଲଙ୍କ ଅନୁସାରେ, ସେ ଚିତ୍କାର କରିଥିଲେ ସୁଦ୍ଧା କେହି ସାହାଯ୍ୟ କରିବାକୁ ଆସିନଥିଲେ।  ତେବେ କାହାର ଇଙ୍ଗିତରେ ବିଭବ କୁମାର ତାଙ୍କ ଉପରେ ଆକ୍ରମଣ କରିଥିଲେ ପ୍ରଶ୍ନରେ ସ୍ବାତୀ କହିଛନ୍ତି ଯେ, ଏହା ତଦନ୍ତ ସାପେକ୍ଷ । ତଦନ୍ତରେ ଦିଲ୍ଲୀ ପୋଲିସକୁ ସହାୟତା କରୁଛି ।ହେଲେ ମୁଁ କାହାକୁ କ୍ଲିନ୍‌ ଚିଟ୍‌ ଦେଇନାହିଁ ।କାରଣ ସତ ହେଉଛି ଯେ, ଡ୍ରଇଂ ରୁମରେ ଥିଲା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ଘରେ ଥିଲେ ବୋଲି କହିଛନ୍ତି ସ୍ବାତୀ ମାଲିଓ୍ବାଲ ।

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.