PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବାଂଲାଦେଶରେ ଯୁବତୀଙ୍କ ମୁଣ୍ଡ କାଟିଲା ହତ୍ୟା କଲେ ପ୍ରେମିକ, ଖଣ୍ଡ ଖଣ୍ଡ କରି ନାଳରେ ଫିଙ୍ଗିଥିଲା ମୃତଦେହ

ଢାକା,୧୮/୧୧: ବାଂଲାଦେଶର ଖୁଲନାରେ ଦିଲ୍ଲୀର ଶ୍ରଦ୍ଧା ୱାକର୍‌ ଭଳି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଠାରେ ଜଣେ ବିବାହିତ ବ୍ୟକ୍ତି ନିଜ ହିନ୍ଦୁ ପ୍ରେମିକାଙ୍କ ମୁଣ୍ଡ କାଟି ହତ୍ୟା କରିଛି । ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ତାହାକୁ ନାଳରେ ଫିଙ୍ଗିଦେଇଛି । ଘଟଣାରେ ଅଭିଯୁକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି ।

ରିପୋର୍ଟ ମୁତାବକ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ନାମ କବିତା ଏବଂ ଅଭିଯୁକ୍ତର ନାମ ଅବୁ ବକର୍‌ । ଜେରା ବେଳେ ଅଭିଯୁକ୍ତ ଅବୁ କହିଛି ଯେ ଅନେକ ଦିନ ହେଲା କବିତାଙ୍କ ସହ ତା’ର ଝଗଡ଼ ହେଉଥିଲା । ଏଥିରେ ଅତିଷ୍ଠ ହୋଇ ସେ କବିତାଙ୍କୁ ହତ୍ୟା କରିଥିଲା । ବାଂଲାଦେଶ ପୁଲିସ ମୁତାବକ ଅବୁ ବିବାହିତ ବୋଲି କବିତା ଜାଣି ନ ଥିଲେ । ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ତେଣୁ କବିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଅବୁ ନିଷ୍ପତ୍ତି ନେଇଥିଲା । ଯୋଜନା ମୁତାବକ ତାଙ୍କ ମୁଣ୍ଡ କାଟି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ୩ ଖଣ୍ଡ କରି ଏକ ବ୍ୟାଗ୍‌ରେ ପୂରାଇ ନାଳରେ ଫିଙ୍ଗିଦେଇଥିଲା ।

ସମ୍ବନ୍ଧିତ ଖବର