କୁଳିଅଣା ୨୦/୧୨: ୧୮ ନମ୍ବର ଜାତୀୟ ରାଜପଥ କୁଚେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ଅଜଣା ଗାଡ଼ି । ଦୁଇ ମଟର ସାଇକେଲ୍ ଆରୋହୀଙ୍କ ମଧ୍ୟରୁ ଜଣେ ମୃତ । ଅନ୍ୟ ଜଣେ ଗୁରୁତର ଥିବା ସୂଚନା ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କୁଚେଇ ଛକ ନିକଟରେ ଦୁର୍ଘଟଣା ହୋଇଛି । ଏକ ମଟର ସାଇକେଲ୍ କୁଳିଅଣାଲରୁ ବାରିପଦା ପଟକୁ ଯାଉଥିଲା । ଏହି ସମୟରେ ଏକ ଅଜଣା ଗାଡ଼ି ବାଇକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଯାଉଥିବା ଦୁଇ ଆରୋହୀ ଡାହାଣ ପଟକୁ ଛିଟିକି ପଡ଼ିଥିଲେ । ତେବେ ପଛରେ ବସିଥିବା ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମଟର ସାଇକେଲ୍ ଚାଳକଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ । କୁଳଅଣା ପୁଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ କରୁଛି ।