ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ

Published By : Harapriya Sethi | November 6, 2024 12:22 PM

କାମାକ୍ଷାନଗର,୦୬/୧୧: ବ୍ରାହ୍ମଣୀ ନଦୀରୁ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଶ୍ରମିକ ଜଣକ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଝାମୁଣ୍ଡା ଗାଁର ଗୋବିନ୍ଦ ମୁଣ୍ଡା ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କମର ଗ୍ରାମ ପାଖ ବ୍ରାହ୍ମଣୀ ନଦୀରୁ ମୃତଦେହ ଉଦ୍ଧାର ହୋଇଛି । 

ସୂଚନା ମୁତାବକ, ଗୋବିନ୍ଦ କଣ୍ଟାବଣିଆ ଥାନା ମାଣିଆବେଡା ଗାଁରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ନଦୀରେ ଭାସି ଯାଇଥିଲେ ଗୋବିନ୍ଦ । ଏହି ସମୟରେ ନଦୀ ପାଖରେ କେହି ଉପସ୍ଥିତ ନଥିବାରୁ ଏ ବିଷୟରେ କେହି ଜାଣି ପାରି ନଥିଲେ । ଫଳରେ ନଦୀର ଗଭୀର ପାଣିରେ ବୁଡ଼ି ଯୁବକ ଜଣକ ପ୍ରାଣ ହରାଇଥିଲେ । ପରେ ତାଙ୍କ ମୃତ ଶରୀର କମର ଗାଁ ନିକଟରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.