ଭୁବନେଶ୍ଵର, ୨୭/୦୭ : ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା। ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରାଙ୍କ ଆତ୍ମସମର୍ପଣ। ୫ ବର୍ଷ ପରେ ପାରଳାଖେମୁଣ୍ଡି SDJMଙ୍କ ନିକଟରେ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଛନ୍ତି DEO। ୨୦୨୧ ମସିହା ଜୁଲାଇ ମାସରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ପୋଡ଼ି ହୋଇ ACF ସୌମ୍ୟରଞ୍ଜନ ଗୁରୁତର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏବଂ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଆହୁରି ପଢନ୍ତୁ- ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ଓ ଭକ୍ତ
ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଜୁଲାଇ ମାସରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ପୋଡ଼ି ହୋଇ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହାେଇଥିଲା। ଯାହା କି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ମାମଲାରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ ସୌମ୍ୟରଞ୍ଜନଙ୍କ ବାପା । ଏହି ଘଟଣାର ତଦନ୍ତ ଆଧାରରେ ମାମଲାରେ ବିଭିନ୍ନ ପର୍ଯ୍ୟାୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଆସୁଛି । ଏହାରି ଭିତରେ ଘଟଣାର ୫ ବର୍ଷ ପରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପାରଳାଖେମୁଣ୍ଡି SDJM କୋର୍ଟରେ ନିଜ ଓକିଲ ଜରିଆରେ ଆତ୍ମସମର୍ପଣ କରିଛନ୍ତି।...