ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି । ଦୁଇ ନେତାଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ, ଆମେରିକା ପତନ ଆଡକୁ ଗତି କରୁଛି, ଯାହାର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ, ସେ ଶତପ୍ରତିଶତ ସହମତ ଅଟନ୍ତି କିନ୍ତୁ ଏହା ବାଇଡେନ ଯୁଗରେ ହୋଇଥିଲା। ଏହା ପରେ ଟ୍ରମ୍ପ ସାମ୍ବାଦିକ ମାନଙ୍କ ସହ କଥା ହୋଇଥିଲେ। ଜଣେ ସାମ୍ବାଦିକ ପଚାରିଥିଲେ, ଯଦି ତାଇୱାନ ଉପରେ ଆକ୍ରମଣ କରାଯାଏ, ତେବେ ଆମେରିକା ଏହାକୁ ସୁରକ୍ଷା ଦେବ କି ? ଟ୍ରମ୍ପ କହିଛନ୍ତି, ମୁଁ ଏହା କହିବାକୁ ଚାହେଁ ନାହିଁ । ମୁଁ ତାହା ଏଥି ପାଇଁ କହିବି ନାହିଁ, କାରଣ ଆଜି ରାଷ୍ଟ୍ରପତି ସି ମୋତେ ଏହି ପ୍ରଶ୍ନ ପଚାରିଥିଲେ। ମୁଁ କହିଲି, ମୁଁ ଏହି ବିଷୟ ଗୁଡ଼ିକ ବିଷୟରେ ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ।

ଇରାନ ଉପରେ ଟ୍ରମ୍ପ କ’ଣ କହିଛନ୍ତି ?

ଇରାନ ଉପରେ ଟ୍ରମ୍ପ କହିଛନ୍ତି କି, ଆମକୁ ହୁଏତ କିଛି ସ୍ପଷ୍ଟ କରିବାକୁ ପଡିବ କାରଣ ଆମର ଏକ ମାସର ସ୍ୱଳ୍ପ ଅସ୍ତ୍ରବିରତି ଥିଲା। ଅନ୍ୟ ଦେଶର ଅନୁରୋଧ କ୍ରମେ ଆମର ବାସ୍ତବରେ ଅସ୍ତ୍ରବିରତି ହୋଇଥିଲା। ମୁଁ ନିଜେ ଏହା ସପକ୍ଷରେ ନଥିଲି, କିନ୍ତୁ ଆମେ ଏହାକୁ ପାକିସ୍ତାନ ପାଇଁ ଅନୁଗ୍ରହ ଭାବରେ କରିଥିଲୁ। ଏହା ପରେ ସାମ୍ବାଦିକ ପ୍ରଶ୍ନ କରିଥିଲେ କି, କିର ଷ୍ଟାରମର୍ ଇସ୍ତଫା ଦେବା ଉଚିତ୍ କି ? ଟ୍ରମ୍ପ କହିଛନ୍ତି, ମୁଁ ତାହା କହୁ ନାହିଁ। ମୁଁ ଭାବୁଛି ସେ ଜଣେ ପ୍ରକୃତ ସୁନ୍ଦର ବ୍ୟକ୍ତି ।

ଚୀନ୍ ଉପରେ ଟ୍ରମ୍ପଙ୍କ ବିବୃତ୍ତି...

ବୋଇଙ୍ଗରୁ ୨ଶହରୁ ଅଧିକ ବିମାନ ପାଇଁ ଅର୍ଡର ଏବଂ ୭୫୦ ବିମାନ ପାଇଁ ଏକ ପ୍ରତିବଦ୍ଧତା ସହିତ ଆମେ ଅନେକ ଉତ୍କୃଷ୍ଟ ବ୍ୟବସାୟ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ଯଦି ବୋଇଙ୍ଗ ଏହି ବିମାନ ଗୁଡିକ ମଧ୍ୟରୁ ୨ଶହ ଉତ୍ପାଦନ କରେ, ତେବେ ଏହା ସର୍ବ ବୃହତ ଅର୍ଡର ହେବ, ଏବଂ ମୁଁ ନିଶ୍ଚିତ ଯେ ସେମାନେ ତାହା କରିବେ ।

ଏହା ସହ ପଢନ୍ତୁ : ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜୟ, କହିଲେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲେ ପିଏମ ମୋଦି...​​​​​​​