କଟକ,୧୯/୦୭: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ  ଓ ହସ୍ପିଟାଲ୍‌ (ଏସ୍‌ସିବି) ଟ୍ରମା କେୟାର୍‌ ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ  ଓ ଜୀବନହାନି ଘଟଣାର ନ୍ୟାୟିକ ତଦନ୍ତ ଅବଧିକୁ ରାଜ୍ୟ ସରକାର ପୁଣି  ଥରେ ବୃଦ୍ଧି କରିଛନ୍ତି ।

​​​​​​​ଅଧିକ ପଢ଼ନ୍ତୁ :-  Love Dhoka: ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାର ତଣ୍ଟିଚିପି ହତ୍ୟା ; ବଡ଼ରମା ଘାଟି ତଳୁ କ୍ଷତାକ୍ତ ମୃତଦେହ ଉଦ୍ଧାର, ପ୍ରେମିକ ଓ ସହଯୋଗୀ ଗିରଫ

ଗୃହ ବିଭାଗ  (ସ୍ୱତନ୍ତ୍ର ଶାଖା) ପକ୍ଷରୁ ପ୍ରକାଶିତ  ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି  ଘଟଣାର ତଦନ୍ତ କରୁଥିବା ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ଲକ୍ଷ୍ମୀଧର ବିଶ୍ୱାଳଙ୍କ  ନେତୃତ୍ୱାଧୀନ କମିସନଙ୍କ କାର୍ଯ୍ୟକାଳକୁ ଆସନ୍ତା ସେପ୍ଟେମ୍ୱର ୧୫ ପର୍ଯ୍ୟନ୍ତ  ବଢ଼ାଇ ଦିଆଯାଇଛି । ପୂର୍ବରୁ କମିସନଙ୍କ କାର୍ଯ୍ୟକାଳକୁ ଜୁଲାଇ ୧୫ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଏବଂ  ପୂର୍ବ ନିର୍ଦ୍ଧାରିତ ସମୟସୀମା ଶେଷ ହୋଇଥିବାରୁ, ସରକାର ଏହି ଅବଧିକୁ  ଆଉ ଦୁଇ ମାସ ଅର୍ଥାତ୍‌ ସେପ୍ଟେମ୍ୱର ୧୫ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି  ନେଇଛନ୍ତି ।

ସୂଚନାଯୋଗ୍ୟ କି, ଗତ ମାର୍ଚ୍ଚ ୧୫ ତାରିଖରେ ଏସ୍‌ସିବି ଟ୍ରମା  କେୟାର୍‌ ଆଇସିୟୁରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା । ମାମଲାର  ତଦନ୍ତ ପାଇଁ ରାଜ୍ୟ ସରକାର ଏହି ତଦନ୍ତ କମିସନ ଗଠନ କରିଛନ୍ତି ।