ମୁମ୍ୱାଇ, ୨୭।୪: ଆଇଟି ସେକ୍ଟରର ପ୍ରମୁଖ ନିପ୍ଟି ଆଇଟି ଇଣ୍ଡେକ୍ସ ଜୁନ୍ ୨୦୨୩ ପରେ ତଳ ସ୍ତରରେ ପହଞ୍ଚିଛି । ଗତ ବର୍ଷ ଏହି ସେକ୍ଟର ପାଖାପାଖି ୧୧୫ ଅରବ ଡଲାରର କ୍ଷତି ସହିଛି । ବଜାର ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି । କାରଣ ନିପ୍ଟି ୫୦ରେ ଆଇଟି କମ୍ପାନୀଙ୍କ ଭାଗ ପାଖାପାଖି ୧୦% । ବିଶ୍ୱ ସ୍ତରରରେ ଅନିଶ୍ଚିତତା ବିଶେଷ କରି ଇରାନ ସହ ଜଡ଼ିତ ଭୂ-ରାଜନୈତିକ ପ୍ରଭାବ କମ୍ପାନୀର ଟେକ୍ ଖର୍ଚ୍ଚକୁ ସୀମିତ କରିଛି । ଗ୍ରାହକ ଏବେ ବଡ଼ ଓ ଦୀର୍ଘ ସମୟର ପ୍ରାଜେକ୍ଟକୁ ମନା କରୁଥିବା ବେଳେ କେବଳ ଜରୁରୀ ଖର୍ଚ୍ଚ ଉପରେ ଧ୍ୟାନ ଦେଉଛି । ଭାରତୀୟ ଆଇଟି କ୍ଷେତ୍ର ଏବେ ଏକ ଗଭୀର ସଙ୍କଟ ଦେଇ ଗତି କରୁଛି । ଦେଶର ଦିଗ୍ଗଜ ଆଇଟି କମ୍ପାନୀ ଇନଫୋସିସ୍ ଏବଂ ଏଚ୍‌ସିଏ ଟେକ୍ନୋଲୋଜିସ୍ (HCL Tech)ର ଦୁର୍ବଳ ଆର୍ଥିକ ପରିଣାମ ନିବେଶକମାନଙ୍କ ମନରେ ଭୟ ସୃଷ୍ଟି କରିଛି । ଗତ କିଛି ମାସ ମଧ୍ୟରେ ଏହି ସେକ୍ଟରର ମାର୍କେଟ୍ ଭାଲ୍ୟୁ ବା ବଜାର ପୁଞ୍ଜି ପ୍ରାୟ ୧୧୫ ଅରବ ଡଲାର ପ୍ରାୟ ୯.୬ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।

ଦୁଇଟି ପ୍ରମୁଖ କାରଣ ଯାହା ଆଇଟି ସେକ୍ଟରକୁ କଲା ଧରାଶାୟୀ

ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ଏବେ ଦୋହରା ଚାପର ସମ୍ମୁଖୀନ ହେଉଛନ୍ତି ।

AI ର ଦ୍ରୁତ ବିସ୍ତାର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାରମ୍ପରିକ ଆଇଟି ସର୍ଭିସ ମଡେଲକୁ ଦ୍ରୁତ ଗତିରେ ବଦଳାଇ ଦେଉଛି । କ୍ଲାଏଣ୍ଟମାନେ ଏବେ ସାଧାରଣ ସଫ୍ଟୱେୟାର ସେବା ଅପେକ୍ଷା AI ଆଧାରିତ ସମାଧାନ ଖୋଜୁଛନ୍ତି, ଯେଉଁଥିପାଇଁ ଭାରତୀୟ କମ୍ପାନୀଗୁଡ଼ିକୁ ନିଜର ରଣନୀତି ପରିବର୍ତ୍ତନ କରିବାକୁ ପଡ଼ୁଛି ।

ବିଶ୍ୱସ୍ତରୀୟ ଅନିଶ୍ଚିତତା: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୂ-ରାଜନୈତିକ ତିକ୍ତତା ଯୋଗୁଁ ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି କାରଣରୁ ବିଦେଶୀ କ୍ଲାଏଣ୍ଟମାନେ ସେମାନଙ୍କର ଟେକ୍ନୋଲୋଜି ଖର୍ଚ୍ଚ କମାଇ ଦେଇଛନ୍ତି ଏବଂ ବଡ଼ ପ୍ରୋଜେକ୍ଟଗୁଡ଼ିକୁ ସ୍ଥଗିତ ରଖୁଛନ୍ତି ।

ନିଫ୍ଟି ଆଇଟିରେ ବଡ଼ ହ୍ରାସ:

ଆଇଟି ସେକ୍ଟରର ପ୍ରମୁଖ ଇଣ୍ଡେକ୍ସ 'ନିଫ୍ଟି ଆଇଟି' ଜୁନ୍ ୨୦୨୩ ପରଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଚଳିତ ବର୍ଷ ନିଫ୍ଟି ଆଇଟି ଇଣ୍ଡେକ୍ସ ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି, ଯାହା ଏହାକୁ ଭାରତର ସବୁଠାରୁ ଖରାପ ପ୍ରଦର୍ଶନକାରୀ ସେକ୍ଟରରେ ପରିଣତ କରିଛି । ନିଫ୍ଟି-୫୦ ରେ ଆଇଟି କମ୍ପାନୀଗୁଡ଼ିକର ପ୍ରାୟ ୧୦ ପ୍ରତିଶତ ଅଂଶଧନ ରହିଥାଏ, ତେଣୁ ଆଇଟି ସେକ୍ଟରର ଏହି ଦୁର୍ଦ୍ଦଶା ସାରା ବଜାରକୁ ପ୍ରଭାବିତ କରିଛି ।

​​​​​​​

କମ୍ପାନୀଗୁଡ଼ିକର ନୂଆ ରଣନୀତି:

ସଙ୍କଟ ସତ୍ତ୍ୱେ କିଛି କମ୍ପାନୀ ପରିସ୍ଥିତି ସହ ତାଳ ମିଳାଇବାକୁ ଚେଷ୍ଟା କରୁଛନ୍ତି । କମ୍ପାନୀ ଏବେ AI ଇନଫ୍ରାଷ୍ଟ୍ରକଚର ଏବଂ ଡାଟା ସେଣ୍ଟର ପାଇଁ ବିଶ୍ୱର ବଡ଼ ଟେକ୍ କମ୍ପାନୀଙ୍କ ସହ ସାଝେଦାରୀ ଆରମ୍ଭ କରିଛି । ଏହା ନିଜର ଉତ୍ପାଦ ଏବଂ ସେବାରେ AI କୁ ସାମିଲ କରି ଖର୍ଚ୍ଚ କମାଇବା ଏବଂ କ୍ଲାଏଣ୍ଟଙ୍କୁ ଅଧିକ ଭ୍ୟାଲ୍ୟୁ ଦେବା ଉପରେ ଗୁରୁତ୍ୱ ଦେଉଛି । ବ୍ଲୁମବର୍ଗର ବରିଷ୍ଠ ବିଶେଷଜ୍ଞ ଅନୁରାଗ ରାଣାଙ୍କ କହିବା ଅନୁଯାୟୀ, ଆର୍ଥିକ ଅନିଶ୍ଚିତତା ଯୋଗୁଁ କ୍ଲାଏଣ୍ଟମାନେ କେବଳ ଅତି ଜରୁରୀ ପ୍ରୋଜେକ୍ଟରେ ହିଁ ଖର୍ଚ୍ଚ କରୁଛନ୍ତି । କମ୍ପାନୀଗୁଡ଼ିକ ପାଖରେ ଆଗାମୀ କିଛି ମାସ ପାଇଁ କୌଣସି ସ୍ପଷ୍ଟ ଚିତ୍ର ନାହିଁ । ଅନ୍ୟପଟେ ଡିଏସପି ମ୍ୟୁଚୁଆଲ ଫଣ୍ଡର ସାହିଲ କପୁର କହିଛନ୍ତି ଯେ, ବଜାରରେ ଏହି ହ୍ରାସ ଆଗରୁ ଅନୁମାନ କରାଯାଉଥିଲା, କିନ୍ତୁ ନିବେଶକମାନେ ଏବେ ଅଧିକ ଶକ୍ତିଶାଳୀ ସଙ୍କେତକୁ ଅପେକ୍ଷା କରିଛନ୍ତି ।

ଆହୁରି ପଢ଼ନ୍ତୁ...