ପ୍ରମୂଖ ଖବର
  • ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା
  • ||
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ପହଲଗାମ୍ ଆତଙ୍କୀ ହମଲାର ପରଦିନ ବାଣ୍ଟିଥିଲେ ମିଠା, ଡାକ୍ତରଙ୍କ ନାଁରେ ରୁଜୁ ହେଲା ମାମଲା

Published By : Prameya | May 18, 2025 6:53 PM

ନୂଆଦିଲ୍ଲୀ,୧୮।୫:  ଉତ୍ତରାଖଣ୍ଡ ପୋଲିସ ଏମ୍ସ ଋଷିକେଶର ଜଣେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ପହଲଗାମ୍ ଆକ୍ରମଣ ଘଟଣାର ଦିନକ ପରେ ସେ ପୁରା ହସ୍ପିଟାଲରେ ମିଠା ବାଣ୍ଟିଥିଲେ।  ଅଭିଯୋଗ ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଡାକ୍ତର ଆତଙ୍କୀ ହମଲାରେ ପର୍ଯ୍ୟଟକଙ୍କ ଜଘନ୍ୟ ହତ୍ୟାର ଉତ୍ସବ ପାଳନ କରିବା ପାଇଁ ମିଠା ବାଣ୍ଟିଥିଲା। ଅଭିଯୋଗକାରୀଙ୍କ କହିବା ଅନୁସାରେ, ଏହାଦ୍ବାରା ଲୋକଙ୍କ ଭାବନାକୁ ଆଘାତ ଲାଗିଥିଲା। 

ବିଶ୍ବ ହିନ୍ଦୁ ପରିଷଦ ରିଷିକେଶର ଅଧ୍ୟକ୍ଷ ରାଜେନ୍ଦ୍ର ପାଣ୍ଡେଙ୍କ ଅଭିଯୋଗ ଅନୁସାରେ, ୧୬ ମଇରେ ଋଷିକେଶ ଥାନାରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌)ର ଧାରା 196(1)(A),196(1)(B)( ଧର୍ମ, ଜାତି, ଜନ୍ମସ୍ଥାନ, ନିବାସ, ଭାଷା ଆଦିର ଆଧାରରେ ବିଭିନ୍ନ ଧର୍ମ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା) ଓ 197(1)(A)(ରାଷ୍ଟ୍ରୀୟ ଏକତାକୁ କ୍ଷତି ପହଁଞ୍ଚାଇବା) ଅନ୍ତର୍ଗତ ଏଫ୍‌ଆଇଆର ରୁଜୁ କରାଯାଇଛି। 

ରାଜେନ୍ଦ୍ର ପାଣ୍ଡେ ଅଭିଯୋଗ କରିଛନ୍ତି, ଡାକ୍ତର ଜଣ ୨୩ ଅପ୍ରେଲରେ ହିନ୍ଦୁଙ୍କ ହତ୍ୟାର ଉତ୍ସବ ପାଳନ କରିବା ପାଇଁ ହସ୍ପିଟାଲରେ ମିଠା ବାଣ୍ଟିଥିଲେ। ଯେତେବେଳେ ତାଙ୍କୁ କାହିଁକି ମିଠା ଦେଉଛନ୍ତି ପଚରାଯାଇଥିଲା ସେ କହିଥିଲେ, ଇଦ ପାଇଁ ମିଠା ବାଣ୍ଟୁଛନ୍ତି। ଯଦିଓ ରମଜାମ୍ ମାସ ଗୋଟିଏ ମାସ ପୂର୍ବରୁ ପାଳନ କରିସାରିଛନ୍ତି। ଅଭିଯୋଗ ରହିଛି ଯେ, ଡାକ୍ତର ନିର୍ଦୋଷ ଲୋକଙ୍କୁ ମାରିଥିବା ଆତଙ୍କୀଙ୍କ ଖୋଲା ସମର୍ଥନ କରିଥିଲେ। ଏପରିକି ଡାକ୍ତର ଜଣକ ମଧ୍ୟ ପୂର୍ବରୁ ସୋସିଆଲ ମିଡିଆରେ ଭାରତ ବିରୋଧି ମନ୍ତବ୍ୟ ଦେଇଥିଲେ। ଅଭିଯୁକ୍ତ ଡାକ୍ତର କହିଛନ୍ତି, ଖୁସି ଓ ଏକତାର ବାର୍ତ୍ତା ରୂପରେ ମୁଁ ମିଠା ଓ ଖାଇବା ବାଣ୍ଟିଥିଲି। ହେଲେ ମୋ ନାଁରେ ସାମ୍ପ୍ରଦାୟିକତା ଘୃଣା ସୃଷ୍ଟି କରିବା ନେଇ ଭୁଲ ବାର୍ତ୍ତା ଦିଆଯାଉଛି।  ମୋତେ ମାନସିକ ଭାବରେ କଷ୍ଟ ଦିଆଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.