ବେଙ୍ଗାଲୁର,୧୬।୨: ଭାରତୀୟ ବାୟୁସେନାର ହୀନା ଜସଓ୍ବାଲ ପ୍ରଥମ ମହିଳା ଫ୍ଲାଇଟ୍ ଇଜିଂନିୟର ହେବାର ଗୌରବ ହାସଲ କରିଛନ୍ତି। ତାଙ୍କୁ ମହିଳା ଫ୍ଳାଇଟ୍ ଲେଫ୍ଟନାଣ୍ଟ ଭାବରେ ସାମିଲ କରାଯାଇଛି। ସେ ବେଙ୍ଗାଲୁରର ଉତ୍ତର ଉପ ନଗର ସ୍ଥିତ ୟେଲେହାଙ୍କ ଏୟାରବେସର ୧୧୨ତମ ହେଲିକପ୍ଟର ୟୁନିଟର ପ୍ଲାଇଟ୍ ଲେଫ୍ଟନାଣ୍ଟ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଫ୍ଲାଇଟ ଲେଫ୍ଟନାଣ୍ଟ ହୀନା ଜସଓ୍ବାଲ ୟେଲାହାଙ୍କା ବାୟୁସେନା ଷ୍ଟେସନରେ କୋର୍ସ ଶେଷ କରିବା ପରେ ପ୍ରଥମ ମହିଳା ଫ୍ଲାଇଟ୍ ଇଜିଂନିୟର ହୋଇ ଇତିହାସ ରଚିଛନ୍ତି। ହୀନା ବାୟୁସେନାର ଇଜିଂନିୟର ଶାଖାରେ ୫ ଜାନୁଆାରୀ ୨୦୧୫ ରେ ଯୋଗ ଦେଇଥିଲେ। ସେ ଚଣ୍ଡୀଗଡର ହୋଇଥିବା ବେଳେ ପଞ୍ଜାବ ୟୁନିଭର୍ସିଟିରେ ଇଜିଂନିୟରିରେ ସ୍ନାତକ କରିଥିଲେ। ହୀନା କହିଛନ୍ତି ପ୍ରଥମ ମହିଳା ଫ୍ଲାଇଟ ଇଜିଂନିୟର ହେବା ଦ୍ବାରା ମୋର ପିଲାବେଳର ସ୍ବପ୍ନ ପୂରଣ ହୋଇଛି।

ପୁଣି ସରଗରମ ମହାରାଷ୍ଟ୍ର ରାଜନୀତି ! ନଓ୍ବାବ ମଲିକଙ୍କ...