ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଆମେରିକାରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅସରପା, ଯାତ୍ରୀଙ୍କ ଅଭିଯୋଗ ପରେ ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ ?

Published By : Harapriya Biswal | August 4, 2025 4:41 PM

ନୂଆଦିଲ୍ଲୀ,୪।୮:  ଏୟାର ଇଣ୍ଡିଆର ବିମାନ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାଏ।  କେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ବାତିଲ ହେଉଛି ତ  ଆଉ କେତେବେଳେ ଯାତ୍ରୀମାନେ ଯାତ୍ରା ସମୟରେ ଅଦ୍ଭୁତ ଘଟଣା ଦେଖୁଛନ୍ତି। ଏବେ ଏକ ନୂତନ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ବିମାନ ଭିତରେ ଛୋଟ ଛୋଟ ଅସରପା ଦେଖିବାକୁ ମିଳିଛି। ଆମେରିକାର ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନରେ ଦେଖିବାକୁ ମିଳିଛି ଅସରପା। 

ଏୟାର ଇଣ୍ଡିଆର ବିମାନ AI180 ସାନ ଫ୍ରାନ୍ସିସ୍କୋରୁ କୋଲକାତା ଦେଇ ମୁମ୍ବାଇ ଯାଉଥିଲା। ବିମାନଟି ମୁମ୍ବାଇରେ ପହଞ୍ଚି ନଥିଲାବେଳେ ଦୁଇଜଣ ଯାତ୍ରୀ ବିମାନରେ ଅସରପା ଦେଖିଥିଲେ। ସେମାନେ ତୁରନ୍ତ ଏ ବିଷୟରେ କ୍ୟାବିନ କ୍ରୁଙ୍କୁ ଜଣାଇଥିଲେ, ଯାହା ପରେ ସେମାନଙ୍କୁ ଅନ୍ୟ ଏକ ସିଟରେ ବସାଯାଇଥିଲା। ଏୟାରଲାଇନ୍ସ କମ୍ପାନୀ ବିମାନରେ ଅସରପା ଚଢ଼ିବା ଏବଂ ଯାତ୍ରୀଙ୍କ ଅସୁବିଧା ପାଇଁ ନିଜର ଭୁଲକୁ ସ୍ୱୀକାର କରିଛି। 

ଏୟାର ଇଣ୍ଡିଆ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଏକ ବିବୃତ୍ତି ଜାରି କରିଛି। କୋଲକାତାରେ ଇନ୍ଧନ ଭର୍ତ୍ତି କରିବା ସମୟରେ ବିମାନଟି ସଫା କରାଯାଇଥିଲା। ଯାତ୍ରୀମାନଙ୍କୁ ସମାନ କ୍ୟାବିନର ଅନ୍ୟ ସିଟରେ ବସାଇବାକୁ ଦିଆଯାଇଥିଲ। ଯେପରି ଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ଏୟାର ଇଣ୍ଡିଆ କହିଛି, ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ପ୍ରତିଦିନ ସଫା କରିବା ସତ୍ତ୍ୱେ, କେତେକ ସମୟରେ କୀଟପତଙ୍ଗ ବିମାନ ଭିତରକୁ ପ୍ରବେଶ କରିଯାଆନ୍ତି। ବିମାନ ଭିତରକୁ ଅସରପା କିପରି ପ୍ରବେଶ କଲା? ଏହାର ତଦନ୍ତ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.